ଦୁର୍ନୀତି ଓ ବେଆଇନ ଉପାୟରେ ଅର୍ଥ ଠୁଳ କରିଥିବା ଭାରତୀୟ ଜନତାପାର୍ଟିର ସରକାର କଂଗ୍ରେସକୁ ଜାଣିସୁଣି ଆୟକର ନୋଟିସ ପଠାଉଛି

ଦୁର୍ନୀତି ଓ ବେଆଇନ ଉପାୟରେ ଅର୍ଥ ଠୁଳ କରିଥିବା ଭାରତୀୟ ଜନତାପାର୍ଟିର ସରକାର କଂଗ୍ରେସକୁ ଜାଣିସୁଣି ଆୟକର ନୋଟିସ ପଠାଉଛି
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ବିଭାଗ ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କର ନିଦେ୍ର୍ଦଶ ଅନୁସାରେ ଭାରତୀୟ ଷ୍ଟେଟବ୍ୟାଙ୍କ ତରଫରୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଆଦାୟ କରାଯାଇଥିବା ଅର୍ଥର ଯେଉଁ ତଥ୍ୟ ପ୍ରକାଶ ପାଇଛି ସେଥିରୁ ଜଣାପଡ଼ିଲା ଯେ ଭାରତୀୟ ଜନତାପାର୍ଟି ୨୦୧୯ ମସିହା ଜାନୁଆରୀ ମାସ ପାଖରୁ ୨୦୨୪ ମସିହା ପର୍ଯ୍ୟନ୍ତ ୮ ହଜାର ୨୫୨ କୋଟି ଟଙ୍କା ବିଭିନ୍ନ କମ୍ପାନୀ ଏବଂ ଶିଳ୍ପପତିମାନଙ୍କ ପାଖରୁ ନିର୍ବାଚନୀ ଚାନ୍ଦା ପାଇଛନ୍ତି । 
ସବୁଠାରୁ ଅତ୍ୟନ୍ତ ଚାଂଚଲ୍ୟକର ଖବରଟି ଭାରତ ବର୍ଷର ୩୫ଟି ଫାର୍ମା କମ୍ପାନୀମାନେ ବିଜେପି ଦଳକୁ ୮୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ଦେଇଛନ୍ତି । ଏପରିକି ଏହସବୁ କମ୍ପାନୀମାନଙ୍କର ଔଷଧ ଗୁଡ଼ିକ ସମ୍ପୂର୍ଣ୍ଣ ଜାଂଚ ପ୍ରକ୍ରିୟାକୁ ଶେଷ ନକରି ମୋଦୀ ସରକାର କୋଭିଡ ସମୟରେ ଏମାନଙ୍କୁ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଔଷଧ ବିକ୍ରୀ କରିବାପାଇଁ ଅନୁମତି ଦେଲେ । ଏପରିକି ଏହିସବୁ ଔଷଧର ସଫଳ କାର୍ଯ୍ୟକାରିତା ଏବଂ ଗୁଣବତା ଉପରେ କେନ୍ଦ୍ର ସରକାରଙ୍କର ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ସରକାରଙ୍କୁ ପତ୍ର ଲେଖି ଜଣାଇଥିଲେ ମଧ୍ୟ ମୋଦୀ ସରକାର ଅର୍ଥଲାଳସାରେ ଅନୁମତି ପ୍ରଦାନ କରିଛନ୍ତି । କାମନିଅ ପଇସାଦିଅ ନୀତିରେ ବହୁ କମ୍ପାନୀମାନଙ୍କୁ ବଡ଼ ବଡ଼ ସରକାରୀ ଟେଣ୍ଡରକୁ ପ୍ରଦାନ କରି ଶହ ଶହ କୋଟି ଟଙ୍କା ଚାନ୍ଦା ପାଇଛନ୍ତି । ଏପରିକି ଭାରତ ବର୍ଷର ୪୫ ଟି କମ୍ପାନୀ ଉପରେ ଇଡି ଓ ଆୟକର ବିଭାଗର ଚଢ଼ାଉପରେ ଏହିସବୁ କମ୍ପାନୀମାନେ ବିଜେପି ଦଳକୁ ଶହ ଶହ କୋଟି ଟଙ୍କାର ଚାନ୍ଦା ବଣ୍ଡ ମାଧ୍ୟମରେ ଦେଇଛନ୍ତି ।  ଶ୍ରୀ ରାୟ କହିଛନ୍ତି ଯେ ଇଡି, ସିବିଆଇ ଏବଂ ଆୟକର ବିଭାଗ ବିଜେପି ଦଳ ପାଇଁ ଜୋର ଜୁଲମ କରି ଚାନ୍ଦା ଆଦାୟ କରୁଛନ୍ତି । ଏଭଳି ସ୍ଥିତି ଭାରତବର୍ଷରେ କେବେ ଦେଖାଦେଇନଥିଲା । ଏହା ସଂପୂର୍ଣ୍ଣଭାବେ ଧମକାଇ ଜୋର ଜୁଲମ କରି ଡରେଇ ଚାନ୍ଦା ଆଦାୟ କରାଯାଇଛି ବୋଲି ସେ କହିଛନ୍ତି । ବିଜୁ ଜନତା ଦଳ ଏକ ଆଂଚଳିକ ଦଳ ହୋଇ ମଧ୍ୟ ୧୦୧୯.୫ କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ଚାନ୍ଦା ପାଇଛନ୍ତି । ଏପରିକି ଯେଉଁସବୁ କମ୍ପାନୀମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ଉପାୟରେ ଲାଭ ପାଇଛନ୍ତି ଯଥା: ଖଣି, ଜମି ଇତ୍ୟାଦି ପାଇଛନ୍ତି ସେମାନେ ଶହ ଶହ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଏପରିକି ବଡ଼ ବଡ଼ ଠିକାକାମ ପାଇଥିବା କମ୍ପାନୀମାନେ ଠିକା କାମ ପାଇବା ପୂର୍ବରୁ ଓ ଠିକା କାମ ପାଇବାପରେ ବିଜୁ ଜନତା ଦଳକୁ ଶହ ଶହ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । 
ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ବିଜେପି ଦଳ ଓ କେନ୍ଦ୍ର ସରକାର ସଂପୂର୍ଣ୍ଣରୂପେ ଦୁର୍ନୀତିରେ ଉବୁଟୁବ ହେଉଥିବା ଦଳ । କଂଗ୍ରେସ ଦଳକୁ ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ଉପାୟରେ ହଇରାଣ ହରକତ କରିବାପାଇଁ ଜାଣିସୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଙ୍ଗିତରେ ଆୟକର ବିଭାଗ ତିନି ତିନିଟି ଡିମାଣ୍ଡ ନୋଟିସ ପଠାଇଛି । ପ୍ରକାଶ ଥାଉକି ମୋଦୀ ସରକାରଙ୍କ ନିଦେ୍ର୍ଦଶରେ ଆୟକର ବିଭାଗ କଂଗ୍ରେସ ଦଳର ୯୪..୯୫ ବର୍ଷ ଏବଂ ୨୦୧୬-୧୭ରୁ  ୨୦୨୩-୨୪ ଆର୍ଥିକ ବର୍ଷର ଦାଖଲ କରାଯାଇଥିବା ଆୟକର କୁ ପୁର୍ନବାର ମିଛରେ ହିସାବ କରି ପ୍ରଥମେ ୧୬୬ କୋଟି ଟଙ୍କାର ସୁଧ ଏବଂ ପେନାଲଟି ଦାଖଲ କରିବାପାଇଁ ନୋଟିସ ପଠାଇଥିଲେ । ଗତ ୨୮ ତାରିଖ ଦିନ ପୁର୍ନବାର ଆୟକର ବିଭାଗ ୧୮୨୩.୮ କୋଟି ଟଙ୍କାର ଡିମାଣ୍ଡ ନୋଟିସ ସେହି ସମାନ ବର୍ଷ ପାଇଁ ଜାରିକଲା । ତାର ୨୪ ଘଂଟା ନପୁରୁଣୁ ପୁର୍ନବାର ସେହି ସମାନ ବର୍ଷ ପାଇଁ ୩୫୬୭ କୋଟି ଟଙ୍କାର ଡିମାଣ୍ଡ ନୋଟିସ ପୁଣି ଜାରିକଲା । ପ୍ରକାଶଥାଉକି ମୂଳ ଡିମାଣ୍ଡ ମାତ୍ର ୧୧ କୋଟି ଏହି ୧୧ କୋଟି ଟଙ୍କାର ଡିମାଣ୍ଡ ନୋଟିସ ପଠାଇଲା ପରେ ଆୟକର ବିଭାଗ କଂଗ୍ରେସ ଦଳର ବ୍ୟାଙ୍କ ଏକାଉଂଟରୁ ୧୩୫ କୋଟି ଟଙ୍କା କାଟି ନେଇଗଲେ । ଏହାପରେ ମଧ୍ୟ କଂଗ୍ରେସ ଦଳର ସମସ୍ତ ୧୧ଟି ବ୍ୟାଙ୍କ ଏକାଉଂଟକୁ ବନ୍ଦ କରିଦିଆଯାଇଛି ।  କଂଗ୍ରେସ ଦଳ ଭାରତବର୍ଷର ଦ୍ୱିତୀୟ ବୃହତମ ରାଜନୈତିକ ଦଳ ହୋଇଥିଲେ ମଧ୍ୟ ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଜାଣିଶୁଣି କିଭଳି ଭାବରେ କଂଗ୍ରେସ ଦଳରେ ଆର୍ଥିକ ଏବଂ ମାନସିକ ସ୍ତରରେ ଦୁର୍ବଳ କରିଦିଆଯିବ ଏବଂ ଅର୍ଥ ଅଭାବରେ ଆସନ୍ତା ସାଧାରଣ ନିର୍ବାଚନକୁ କଂଗ୍ରେସ ଦଳ ଠିକସେ ପରିଚାଳନା କରିପାରିବ ନାହିଁ ସେଥିପାଇଁ ଏହି ଚକ୍ରାନ୍ତ କରାଯାଇଛି । କଂଗ୍ରେସ ଦଳ ମୋଦୀ ଓ ଅମିତ ଶାହାଙ୍କ ହୀନ ଚକ୍ରାନ୍ତକୁ ଭୟ କରିନାହିଁ । ଭାରତ ବର୍ଷର ଜନସାଧାରଣ ସବୁକିଛି ଦେଖୁଛନ୍ତି । ଗଣତନ୍ତ୍ରରେ ଉଭୟଦଳ ସମାନ ସ୍ଥିତିରେ ରହି ନିର୍ବାଚନ ଲଢ଼ିଲେ ଗଣତନ୍ତ୍ରର ମୂଲ୍ୟବୋଧ ରହିଥାଏ କିନ୍ତୁ ବିଜେପି ଦଳ ବିଶେଷ କରି ନରେନ୍ଦ୍ର ମୋଦି ସ୍ୱେଚ୍ଛଚାରିତାକୁ ଗ୍ରହଣ କରିନେଇଛନ୍ତି । ଭାରତବର୍ଷରେ ଜନସାଧାରଣ ଏହାର ଉପଯୁକ୍ତ ଜବାବ ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଅଶୋକ ଦାସ ଓ କଂଗ୍ରେସ ନେତା ଶ୍ରୀ ପ୍ରଶାନ୍ତ ଚମ୍ପତି ଉପସ୍ଥିତ ଥିଲେ ।