କଂଗ୍ରେସରେ ଯୋଗଦେଲେ ବିଶ୍ୱଭୂଷଣ ଦାସ

କଂଗ୍ରେସରେ ଯୋଗଦେଲେ ବିଶ୍ୱଭୂଷଣ ଦାସ

କଂଗ୍ରେସରେ ବିଧିବଦ୍ଧ ଭାବରେ ଯୋଗଦେଇଛନ୍ତି ବିଶ୍ୱଭୂଷଣ ଦାସ । କିଛିଦିନ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ବିଶ୍ୱଭୂଷଣ ୧୫ ଦିନ ମଧ୍ୟରେ ପୁନଶ୍ଚ କଂଗ୍ରେସକୁ ଫେରିଆସିଛନ୍ତି । ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା ଓ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶଙ୍କ ଉପସ୍ଥିତିରେ ଆଜି କଂଗ୍ରେସରେ ଯୋଗଦେଇଛନ୍ତି ଶ୍ରୀ ଦାସ । ଯୋଗଦାନ ପରେ ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ଦାସ କହିଥିଲେ ମୁଁ ଦୀର୍ଘ ୩୦ ବର୍ଷ ହେଲା ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ପିସିସିରେ କାର୍ଯ୍ୟକର୍ତା ହିସାବରେ ଶୃଙ୍ଖଳିତ ଭାବେ କଂଗ୍ରେସ ଦଳରେ କାର୍ଯ୍ୟକରି ଆସୁଥିଲି । ମୁଁ ଅତି ସାଧାରଣ ପରିବାରରୁ ଆସିଛି । କାକଟପୁର ନିର୍ବାଚନ ମଣ୍ଡଳୀରର ଦଳୀୟ କଂଗ୍ରେସ ପ୍ରତିନିଧି ଭାବେ କଂଗ୍ରେସ କର୍ମିମାନଙ୍କ ସହ କାକଟପୁର ବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛି । କାକଟପୁର ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେପି ଓ ବିଜେଡ଼ି ବି ୁଳ ଅର୍ଥ ଖର୍ଚ୍ଚ କରି ନିର୍ବାଚନ ଲଢ଼ନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଜିତିବା ପାଇଁ ବିଜେପି ଦଳ ମୋତେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ କାକଟକପୁର ବାସୀଙ୍କର ସ୍ୱାର୍ଥ ପାଇଁ ବିଜେପି ଦଳରେ ଯୋଗ ଦେବା ନିହାତି ଦରକାର ବୋଲି ପ୍ରବର୍ତାଇ ଥିଲେ । ମୁଁ ମଧ୍ୟ ଦୁର୍ବଳ ମୂହୁର୍ତରେ ଠିକ ବିଚାର କରିନପାରି କାକଟପୁରବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜେପି ଭଳି ଦଳରେ ମିଶିବା ପାଇଁ ମୋର ଜୀବନର ସବୁଠୁ ବଡ଼ ଭୁଲ ନିଷ୍ପତି ନେଇଥିଲି । ମିଶିଲା ପରେ ବିଜେପି ନେତୃତ୍ୱଙ୍କ ଏଜେଣ୍ଡା ପ୍ରତି ମୋର ସନେ୍ଦହ ସୃଷ୍ଟି ହେଲା । କାକଟପୁର ଏକ ଶାନ୍ତି ୍ରିୟ ଅଂଚଳ ଭାବେ ନିଜର ସ୍ୱତନ୍ତ୍ର ବୈଶିଷ୍ଠ୍ୟ ବଜାୟ ରଖିଛି । ଏଠାରେ ମା’ ମଙ୍ଗଳା ପୀଠ, ପ୍ରାଚୀ ନଦୀ କୂଳରେ ସାଧୁସନ୍ଥଙ୍କ ମଠ, ମହିମା ଧର୍ମ ଗାଦି ଜାହାନିଆଁଙ୍କ ପୀର ପୀଠ ପ୍ରଭୃତି ରହିଅଛି । ଏଠାରେ ବିଭିନ୍ନ ଜାତି, ଧର୍ମ ଓ ବର୍ଣ୍ଣର ଲୋକ ଶାନ୍ତି ସଦଭାବନାରେ ବସବାସ କରନ୍ତି । କିନ୍ତୁ ବିଜେପି ମୋ ମାଧ୍ୟମରେ ଏହି ଶାନ୍ତି ସଦ୍ଭାବନାକୁ ଭଙ୍ଗ କରି ସାମ୍ପ୍ରଦାୟିକତା ସୃଷ୍ଟି କରିବାକୁ ଉଦେ୍ଦଶ୍ୟ ରଖିଥିବ ବୋଲି ମୁଁ ଅନୁଭବ କଲି । ମିଶିବାର ସପ୍ତାହ ମଧ୍ୟରେ ବିଜେପିରୁ ଇସ୍ତଫା ଦେବା ପାଇଁ ମୁଁ ନିଷ୍ପତି ନେଇସାରିଥିଲି । ଟିକେଟ ନ ପାଇଁ ଇସ୍ତଫା ଦେଲି ବୋଲି ଯେଉଁ ମାନେ କହୁଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା ଓ ଭିତିହୀନ । ମୁଁ ପୂର୍ବ ନିର୍ବାଚନରେ ୪୭ ହଜାର ପାଖାପାଖି ଭୋଟ ପାଇଥିଲି । ବିଜେପି ଦଳ ସେହି ଭୋଟକୁ ହାତେଇବା ପାଇଁ ମୋତେ ନିଶ୍ଚିତ ଭାବେ ଟିକେଟ ପ୍ରଦାନ କରିବାର ଯୋଜନା କରିଥିଲେ, ସେଥି ।ଇ ମୋତେ ଦଳରେ ମଧ୍ୟ ମିଶାଇଥିଲେ । ମିଶିବା ପରେ ସେମାନେ ମୋର ଆଦର୍ଶକୁ ଜାଣି ସାରିଥିଲେ ଓ ନାମ ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିବା ପୂର୍ବରୁ ଦଳ ଛାଡ଼ିବି ବୋଲି ସେମାନେ ପୂର୍ବାନୁମାନ କରିସାରିଥିଲେ । ସେଥି ।ଇଁ ପାଇଁ ସେମାନେ ତରବରିଆ ଭାବେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲେ । ମୋର କଂଗ୍ରେସ ଦଳକୁ ପ୍ରତ୍ୟାବର୍ତନ କରିବାର ବ୍ୟାକୁଳତା ଏତେ ଥିଲା ଯେ ଇସ୍ତଫା ଦେବା ସଂଗେ ସଂଗେ ମୁଁ କାକଟପୁର ବାସୀ ଓ ଶୀର୍ଷ ନେତୃତ୍ୱ ମାନଙ୍କ ନିକଟ ଯାଇ ମୋର ଏହି ବଡ଼ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିଲି ଓ ମୋତେ ଅତିଶୀଘ୍ର ନିଜର ପରିବାରକୁ ଫେରାଇବା ପାଇଁ ନିବେଦନ କରିଥିଲେ । ଆଜି ମୋର ପ୍ରିୟ ଓ ବରିଷ୍ଠ ନେତାଗଣଙ୍କ ଉପସ୍ଥିତିରେ ପୁନଃ କଂଗ୍ରେସରେ ଯୋଗ ଦାନ କରୁଛି । ମୋର ଏଭଳି ଗୁରୁତ୍ୱର ରାଜନୈତିକ ନିଷ୍ପତି ।ଇଁ ମୁଁ କାକଟପୁର କଂଗ୍ରେସ ପରିବାର ଓ ବୃହତର କାକଟପୁର ପରିବାରଙ୍କ ନିକଟରେ କ୍ଷମା ମାଗୁଛି ମୋ ଘରକୁ ମୁଁ ଫେରିଛି ମୋତେ ଆଦିରି ନେବାକୁ ସମସ୍ତଙ୍କୁ ସବିନୟ ଅନୁରୋଧ କରୁଛି । କାକଟପୁର ବାସୀଙ୍କ ଜଣେ ସେବକ ଭାବେ କଂଗ୍ରେସ ଦଳପକ୍ଷରୁ ପୂର୍ବ ଭଳି କାମ କରିବାକୁ ମୋତେ ସୁଯୋଗ ମଳିବ- ଏ ବିଶ୍ୱାସ ପୋଷଣ କରୁଛି । ଦଳ ମୋତେ କୋଳରେ ନେଇଥିବାରୁ ମୁଁ ପିସିସି ସଭାପତି ଶରତ ପଟ୍ଟନାୟକ,
ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଓ ସମସ୍ତ କଂଗ୍ରେସ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଉଛି ।