ଦିନରେ ଚୋରା ଚାଲାଣ କରୁଥିଲେ, ରାସ୍ତା ମଝିରେ ଲେଉଟି ପଡିଲା

ଦିନରେ ଚୋରା ଚାଲାଣ କରୁଥିଲେ, ରାସ୍ତା ମଝିରେ ଲେଉଟି ପଡିଲା

ଭାରସାମ୍ଯ ହରାଇ ଜାତୀୟ ରାଜପଥରୁ 20 ଫୁଟ ତଳକୁ ଖସି ପଡିଲା  ଗୋରୁ ବୋଝେଇ ପିକଅପ ଭ୍ଯାନ, ଘଟଣା ସ୍ଥଳରେ  ଗୋଟିଏ ଗୋରୁର ମୃତ୍ଯୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ରାଜଘାଟ ବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା, ଓଡିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଭାବରେ  ପିକଅପ ଭ୍ଯାନରେ ଗୋରୁ ବୋଝେଇ ଗାଡିଟି ଦ୍ରୂତ ଗତିରେ ଯାଉଥିବା ବେଳେ ରାଜଘାଟ ବ୍ରିଜ ନିକଟରେ ଭାରସାମ୍ଯ ହରାଇ ରାସ୍ତାରୁ  20 ଫୁଟ ତଳକୁ ଖସି ପଡିଥିଲା, ସ୍ଥାନୀୟ ଲୋକେ ପହଞ୍ଚି ମୃତାହତ ଗୋରୁଗୁଡିକୁ ଉଦ୍ଧାର କରି ବସ୍ତା ପୋଲିସକୁ ଖବର ଦେଇ ଥିଲେ, ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |