କଟକ ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠିତ

କଟକ ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠିତ

କଟକ: କଟକ ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠିତ ହୋଇଛି। କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ସୁପାରିସ ଆଧାରରେ ପିସିସି ସଭାପତି ଶରତ ପଟ୍ଟନାୟକ ପୁନର୍ଗଠିତ କମିଟିକୁ ଅନୁମୋଦନ କରିଛନ୍ତି। କେଉଁ
 କେଉଁ ପଦରେ କେଉଁ ନେତାଙ୍କୁ ଅବସ୍ଥାପିତ କରାଯାଇଛି ସେ ନେଇ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଶିଶିର ରଥ ସୂଚନା ଦେଇଛନ୍ତି। ଅପରପକ୍ଷରେ ଜିଲ୍ଲା କଂଗ୍ରେସ କମିଟିରେ ସ୍ଥାନ ପାଇଥିବା ନେତାମାନେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। 
ଦଳ ପକ୍ଷରୁ ଉପସଭାପତି ପଦ ଲାଗି ୯ ଜଣଙ୍କ ନାମ ଘୋଷଣା କରାଯାଇଥିବା ବେଳେ ୧୩ ଜଣ ସାଧାରଣ ସଂପାଦକ, ୩୨ ଜଣ ସଂପାଦକଙ୍କ ନାମ, କାର୍ଯ୍ୟକାରିଣୀ କମିଟିରେ ୩୮ ଜଣ ସଦସ୍ୟଙ୍କ ନାମ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ୮ ଜଣଙ୍କ ନାମ ଏବଂ ଶୃଙ୍ଖଳା କମିଟିର ସଦସ୍ୟ ଭାବେ ୪ ଜଣଙ୍କ ନାମ ଘୋଷଣା କରାଯାଇଛି। ଏହା ସହିତ ଜଣେ କୋଷାଧ୍ୟକ୍ଷ ଏବଂ ୨ ଜଣ ମୁଖପାତ୍ରଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। 
ଶ୍ରୀ ରଥଙ୍କ ସୂଚନା ଅନୁଯାୟୀ ଉପସଭାପତି ପଦ ଲାଗି ମାନସ ରଞ୍ଜନ ପ୍ରଧାନ, ସମରେନ୍ଦ୍ର ହାତୀ, ଗିରିଜା ଶଙ୍କର ପଟ୍ଟନାୟକ, ସରୋଜିନୀ ନାୟକ, ଆଡ଼ଭୋକେଟ ଅନ୍ନପୂର୍ଣ୍ଣା ସାହୁ, ପ୍ରଫୁଲ୍ଲ କୁମାର ପ୍ରଧାନ, ଶିଶିର କୁମାର ରଥ, ମନୋଜ ରଞ୍ଜନ ବିଶ୍ୱାଳ ଏବଂ ରାଜେଶ କୁମାର ସ୍ୱାଇଁଙ୍କ ନାମ ଘୋଷଣା କରାଯାଇଛି। ସେହିପରି କୋଷାଧ୍ୟକ୍ଷ ପଦରେ ଚତୁର୍ଭୁଜ ସାହାଣୀଙ୍କ ନାମ ଘୋଷଣା କରାଯାଇଛି। ସାଧାରଣ ସଂପାଦକ ପଦରେ ଭାସ୍କର ଚନ୍ଦ୍ର  ବେହେରା, ପ୍ରତାପ ଚନ୍ଦ୍ର ପରିଡା, ନଳିନୀ ପ୍ରଭା ଉତଗତା, ସେହନାଜ଼ ହୁସେନ, ରାଜ ଶିକନ ସ୍ୱାଇଁ, ବିଷ୍ଣୁ ଚରଣ ଡ଼ାଳୁଅ, ସୁରେନ୍ଦ୍ର ମହାରଣା, ଉଗ୍ରେସେନ ଭୂୟାଁ, ପଠାଣି ଜ୍ୟୋତିମୟ ନନ୍ଦ, ଜ୍ୟୋତି ପ୍ରକାଶ ଆଚାର୍ଯ୍ୟ, ମେଲିନା ଦାସ, ପୂର୍ଣ୍ଣାନନ୍ଦ ଭୋଇ, ସୁବାଷ ଚନ୍ଦ୍ର ରାଉତଙ୍କ ନାମ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ସଂପାଦକ ପଦ ଲାଗି ରଞ୍ଜନ ସେନାପତି, ଚନ୍ଦ୍ରକାନ୍ତ ନାୟକ, ସଚ୍ଚିଦାନନ୍ଦ ରାଉତ, ଦୀପ୍ତିମୟୀ ସାହୁ, ଶୁଭଶ୍ରୀ ସ୍ବାଇଁ, ସରସ୍ବତୀ ବେହେରା, ସୁବ୍ରତ ବସ୍ତିଆ, ରଶ୍ମୀକାନ୍ତ ସାମଲ, ଦିଲ୍ଲୀପ ଦଳେଇ, ଅବନୀ ନାୟକ, ନିହାର ନନ୍ଦ, ସେଏଦ  ସଫିଉଲ ଆଲମ, ସୌମେନ୍ଦ୍ର ପରିଡା, ତନ୍ମୟ ପରିଜା, ମନୋରମା ପାତ୍ର, ରତନ ସିହ୍ନା, ଅର୍ସଦ ଅଲି, ସପନ ପାଲ, ୟଶରାଜ ବେହେରା, ପାୟଲ ପାମଲିନା, ମହାପାତ୍ର, ସତୀଶ ଶେଖର, ମନୋଜ କୁମାର ଜେନା, ଦୀପକ କୁମାର ସାହୁ, ଗୌତମ ସ୍ବାଇଁ, ଗୁଲଜ଼ାର ଅଲ୍ଲି, ସୁବାସ ମହାରଣା, ତ୍ରିନାଥ ମଲ୍ଲିକ, ଅନ୍ନପୂର୍ଣ୍ଣା ବେହେରା, ଚିରୋତ୍ତମା ସ୍ୱାଇଁ, କୈଳାସ ପରିଡା, ନାରାୟଣ ସାହୁ, ସଲୀଳ ଚନ୍ଦ୍ର ସ୍ବାଇଁଙ୍କ ନାମ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ କାର୍ଯ୍ୟକାରିଣୀ କମିଟିରେ ମାନସ ଚୌଧୁରୀ, କାହ୍ନୁ ଚରଣ ଲେଙ୍କା, ସୁବାସ ମହାନ୍ତି, ପଞ୍ଚାନନ କାନୁନଗୋ, ସମୀର କୁମାର ରାଉତରାୟ, ରବୀନ୍ଦ୍ର କୁମାର ମଲ୍ଲିକ, ବିଭୂତି ମିଶ୍ର, ରବୀନ୍ଦ୍ର କୁମାର ବେହେରା, ଡ଼କ୍ଟର ଦେବାଶିଷ ପଟ୍ଟନାୟକ, ସୁରେଶ ମହାପାତ୍ର, ପୁଷ୍ପା ସାମଲ, ମଙ୍ଗରାଜ ସ୍ୱାଇଁ, ପ୍ରକାଶ ଚୌଧୁରୀ, ଦୁର୍ଗା ଶଙ୍କର ଦାସ, ପ୍ରିୟଜିତ ରାୟ, ପ୍ରଭାକର ମିଶ୍ର, ଯୋଗେଶ ଚୌଧୁରୀ, ମଧୁସୂଦନ ସେନାପତି, ଦିଲ୍ଲୀପ ମହାନ୍ତି, ବ୍ରଜ କିଶୋର ଲେଙ୍କା, ବାବାଜୀ ମହାନ୍ତି, ଗୁରୁ ଚରଣ ସ୍ୱାଇଁ, ମନୋଜ ସାହୁ, ଦିଲ୍ଲୀପ ମହାନ୍ତି, ବିଜୟ ମହାପାତ୍ର, ସରୋଜ ପରିଡା, ସାନ୍ତାୟନମିଶ୍ର, ସୁକାନ୍ତ ସାହାଣୀ, ନିମେଇ ଜେନା, ଦେବେନ୍ଦ୍ର କୁମାର ସାହୁ, କୈଳାସ ଚନ୍ଦ୍ର,  ବରାଳ, ରବିନ୍ଦ୍ରନାଥ କର, ରାଜୀବ ମହାନ୍ତି, ପ୍ରକାଶ ମିଶ୍ର, ସରୋଜ ଲେଙ୍କା, ବିଳାସ ଚନ୍ଦ୍ର ବେହେରା, ଶ୍ୟାମ ସୁନ୍ଦର ଖଟୁଆ, ସନ୍ତୋଷ କୁମାର ଦାସଙ୍କ ନାମ ରହିଛି। ସ୍ବତନ୍ତ୍ର ନିମନ୍ତ୍ର ସଦସ୍ୟ ଭାବେ ଚିରଞ୍ଜୀବ ବିଶ୍ୱାଳ, ଧରଣୀଧର ନାୟକ, ବାଙ୍କନିଧି ବେହେରା, ଉମା ବଲ୍ଲଭ ରଥ, ଅନିଲ ବେଉରା, ଅକ୍ଷୟ ତୁଙ୍ଗ ସାମନ୍ତ, ତ୍ରିଲୋଚନ ମହାନ୍ତି ଓ ଗୁରୁକଲ୍ୟାଣ ରାଉତଙ୍କ ନାମ ଘୋଷଣା କରାଯାଇଛି। ସେହିପରି ଶୃଙ୍ଖଳା କମିଟି ସଦସ୍ୟ ଭାବରେ ପ୍ରବୀଣ କୁମାର କାନୁନଗୋ (ଚେୟାରମ୍ୟାନ), ଶିଶିର କୁମାର ରଥ, ସମରେନ୍ଦ୍ର ହାତୀ ଓ ସରୋଜିନୀ ନାୟକଙ୍କ ନାମ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ମୁଖପାତ୍ର ଭାବେ ଅଶୋକ କୁମାର ସ୍ୱାଇଁ ଏବଂ ସୁଦାମ ବାରିକଙ୍କ ନାମ ଘୋଷଣା କରାଯାଇଛି।