ଆଖିତଳ କଳାଦାଗ

ଆଖିତଳ କଳାଦାଗ

ଭୁବନେଶ୍ୱର :ଆଖିତଳ କଳାପଡ଼ିଲେ ଭାରି ଅସୁନ୍ଦର ଦେଖାଯାଏ । ଆଜିକାଲି ଯୁବତୀ , ମହିଳାମାନେ ମୋବାଇଲ୍ , ଟାବଲେଟ ଧରି ଘଂଟା ଘଂଟା ବସୁଥିବାରୁ ତା  କୁପ୍ରଭାବ ଆଖି ଉପରେ ପଡ଼ୁଛି ।

ଆଖିତଳ କଳାଦାଗ ସମସ୍ୟା ଏହି କାରଣରୁ ବଢିଚାଲେ । ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ଆଖିରେ ମଶ୍ଚରାଇଜର୍ ଲଗାନ୍ତୁ । ଏଥିରେ ଥିବା ଭିଟାମିନ୍ ଇ ଓ କଳାଦାଗ କମାଇବା ସହ ଆଖିତଳେ ଥିବା ଚର୍ମ ନରମ ଓ ଅତିଶୀଘ୍ର ଶୁଖିଯାଏ । 

ରାତିରେ ଶୋଇବା ପୂର୍ବରୁୁ ଆଖିତଳେ ବାଦାମ ତେଲ ବି ମାଲିସ୍ କରିପାରିବେ । ଯେମିତି ଆଖି ତଳେ ଅଧିକ ଚାପ ନ ପଡେ଼ ସେଥିପ୍ରତି ଧ୍ୟାନ ଦେବେ । ସକାଳୁ ଉଠିବା ପରେ ଥଣ୍ଡା ପାଣି ଛିଟା ଆଖିରେ ମାରନ୍ତୁ । ଦେଖିବେ ଦିନ କେଇଟାରେ ଆଖିତଳ କଳାଦାଗ କମିଯିବ । 

ରୁମାଲରେ ବରଫ ଖଣ୍ଡ ନେଇ ଆଖି ଚାରିପାଖ ମାଲିସ୍ କଲେ ଲାଭ ମିଳେ । ଆଖିଭଳି ସମ୍ଭେଦନଶୀଳ ଅଙ୍ଗରେ କୈାଣସି ପ୍ରାସାଧନ ସାମଗ୍ରୀ ବ୍ୟବହାର କରିବା    ପୁର୍ବରୁ ଡ଼ାକ୍ତରଙ୍କ ପରାମର୍ଶ କରିବା ନିହାତି ଆବଶ୍ୟକ ।