ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସିଇଓଙ୍କୁ ବିଜେଡିର ଫେରାଦ

ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସିଇଓଙ୍କୁ ବିଜେଡିର ଫେରାଦ

ଭୁବନେଶ୍ୱର: ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନଙ୍କ ନିକଟରେ ଫେରାଦ ହେଲା ବିଜେଡି। ଖୋର୍ଦ୍ଧା ଛଣଗିରିରେ ବିଧାୟକଙ୍କ ମନମାନି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ବିଜୁ ଜନତା ଦଳ। ପ୍ରଶାନ୍ତ ଜଗଦ୍ଦେବଙ୍କ ହିଂସା ଆଚରଣ ନେଇ ଫେରାଦ ହୋଇଛି। ଖୋର୍ଦ୍ଧା ଛଣଗିରିରେ ଆକ୍ରମଣ କରିଥିଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କ ହିଂସାତ୍ମକ ଆଚରଣ ନେଇ ଜଣାଇଛନ୍ତି। ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରଶାନ୍ତ ଜଗଦ୍ଦେବ।

ସାଂସଦ ପ୍ରାର୍ଥୀଙ୍କ ଉପସ୍ଥିତିରେ ଏ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିରବ କାହିଁକି ବୋଲି ପ୍ରଶ୍ନ ପଚାରିଛି ବିଜେଡି। ଥାନା ଅଧିକାରୀଙ୍କୁ ମଧ୍ୟ ଧମକ ଦେଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ସାମ୍ବାଦିକ ଦେଇଥିବା ଏଫଆଇଆରକୁ ଚିରିଦେବାକୁ ସେ ଧମକ ଦେଇଛନ୍ତି।