ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ପ୍ରଦେଶ କଂଗ୍ରେସ କମିଟିର ପ୍ରତିନିଧି ଦଳ
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସର ଏକ ପ୍ରତିନିଧି ଦଳ ପ୍ରଦେଶ କଂଗ୍ରେସର ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ଭେଟି ରାୟଗଡ଼ା ଜିଲ୍ଲା ବିଷମ କଟକ ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଦାଖଲ କରିଥିବା ପ୍ରାର୍ଥୀପତ୍ର ବିଧି ଅନୁସାରେ ଦାଖଲ ହୋଇ ନଥିବା କଂଗ୍ରେସ ପ୍ରାର୍ଥୀ ଶ୍ରୀ ନିଳମାଧବ ହିକକାଙ୍କ ଅଭିଯୋଗ ସମ୍ପର୍କରେ ଅବଗତ କରାଇଥିଲେ । ଏ ସମ୍ପର୍କରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରି ଶ୍ରୀ ସାରକାଙ୍କ ପ୍ରାର୍ଥୀପତ୍ର ରଦ୍ଦ କରିବାକୁ ଦାବି କରିଥିଲେ । ଶ୍ରୀ ହିକକା ତାଙ୍କର ଅଭିଯୋଗକୁ ମଧ୍ୟ ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରିଛନ୍ତି । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ମନୋରଞ୍ଜନ ଦାଶ, ଶ୍ରୀ ବାଙ୍କନିଧି ବେହେରା ଓ ଶ୍ରୀ ନଟବର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।