ଲଘୁଚାପ ପ୍ରଭାବରେ ଆହୁରି ତିନିଦିନ ଛେଚିବ ବର୍ଷା

ଲଘୁଚାପ ପ୍ରଭାବରେ ଆହୁରି ତିନିଦିନ ଛେଚିବ ବର୍ଷା

ଆହୁରି ତିନି ଦିନ ଛେଚିବ ବର୍ଷା ।ଲଘୁଚାପ ପ୍ରଭାବରେଗତ 24 ଘଣ୍ଟା ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ତୁହାକୁ ତୁହା ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଦୁର୍ବଳ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଛତିଶଗଡ଼ ଉପରେ ସକ୍ରିୟ ରହିଥିବା ନେଇ ସୂଚନାରହିଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆହୁରି ଆସନ୍ତା ତିନିଦିନ ଦିନ ବର୍ଷା ଲାଗି ରହିବା ନେଇ  ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୂଚନା ଅନୁସାରେ, କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଉ କେତୋଟି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଆଜି ଯଦି ଦେଖିବେ ବରଗଡ଼, ସୋନପୁର, ବୌଦ୍ଧ ଓ ସମ୍ବଲପୁର, ଝାରସୁଗୁଡ଼ା,

ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂପୁର ଓ କଟକ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଏହି ସବୁ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁୱାର୍ଣ୍ଣିଂ ଜାରି କରାଯାଇଛି।ତେବେ ଏଥରର ମୌସୁମୀକୁ ଦେଖିଲେ ବର୍ତ୍ତମାନ ସୁଦ୍ଧା ୩୭୧.୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି ।