ଓଡ଼ିଶା ହାଇକୋର୍ଟରେ ନୂତନ ଆଡଭୋକେଟ ଜେନେରାଲ ଭାବରେ ଯୋଗ ଦେଲେ ପୀତାମ୍ବର ଆଚାର୍ଯ୍ୟ।  

ଓଡ଼ିଶା ହାଇକୋର୍ଟରେ ନୂତନ ଆଡଭୋକେଟ ଜେନେରାଲ ଭାବରେ ଯୋଗ ଦେଲେ ପୀତାମ୍ବର ଆଚାର୍ଯ୍ୟ।   

ନୂଆ ସରକାରଙ୍କ ନୂଆ ଆଡଭୋକେଟ ଜେନେରାଲ ପୀତାମ୍ୱର ଆଚାର୍ଯ୍ୟ। କିଛି ଦିନ ପୂର୍ବରୁ ମୋହନ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ଯ୍ୟଙ୍କୁ ନୂତନ ଏଜି ଭାବେ ନିଯୁକ୍ତି ଦିଆଯାଇଥିଲା। କାର୍ଯ୍ୟରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ପୀତାମ୍ବର ଆଚାର୍ଯ୍ୟ। ବିନା ପକ୍ଷପାଖିତା, ନିରପେକ୍ଷ ଭାବରେ ଦାୟିତ୍ଵ ତୁଲେଇବି। ଓଡ଼ିଶାବାସୀଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବି। ରାଜ୍ୟବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ହେଉଛି ମୋହନ ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ନୂତନ ଏଜି। ତେବେ ଦୀର୍ଘ ତିନି ଦଶନ୍ଧି ଧରି ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆଇନଜୀବୀ ହିସାବରେ କାର୍ଯ୍ୟ କରିଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ।