ବାଂଲାଦେଶ ଅଶାନ୍ତ, ଓଡିଶାରେ ପ୍ରଭାବ !
ଦେଖିଲେତ ଆଜ୍ଞା, ଏମିତି ଗୋଟିଏ ନୁହେଁ, ଏପରି ଅନେକ ଭିଡିଓ ରାତି ପାହିଲେ ଆପଣଙ୍କ ସୋସିଆଲ ମିଡିଆରେ ଦେଖିପାରୁଥିବେ । ଗୋଟିଏ ପରେ ଗୋଟିଏ ଭିଡିଓ । କୋଉଁଟା ଭୁଲ୍ କେଉଁ ଟା ଠିକ୍, ଆପଣ ତର୍ଜମା କରିବା ପାଇଁବି ସମୟ ପାଇନାହାଁନ୍ତି।ସମୟ ମିଳିବବା କେମିତି, ଗୋଟିଏ ଭିଡିଓ ଦେଖି ଆପଣ କିଛି ଚିନ୍ତା କଲାବେଳକୁ ଆଉ ଏକ ଭିଡିଓ ଆପଣଙ୍କୁ ଚିନ୍ତାରେ ପକାଇଦବ । ଆପଣ ଜାଣିଥିବେ ବାଂଗଲା ଦେଶରେ ନିକଟରେ ଘଟିଥିବା କଥା । ସାମାନ୍ୟ ଛାତ୍ର ଆନ୍ଦୋଳନ କେତେବେଳେ ଏତେ ବଡ ରୁପ ନେଇଗଲା ତାହା ଭାବିବା ବହୁତ କଷ୍ଟ । ଅକାଳରେ ଚାଲି ଗଲା ଅନେକଙ୍କ ଜୀବନ । ଦୋଶ ରହିଲା କାହାର । କିଏ କହୁଛି ହିଂସା ପାଇଁ ହସିନା ଦାୟୀତ, ଆଉ କିଏ କହିଲା ହିସାଂ ପାଇଁ କୋର୍ଟ, ତ ଆଉ କିଏ କହିଲା ମାତ୍ର ତିନିଜଣ । ୟାରି ଭିତରେ ଯେଉଁ ହିଂସାା ହୋଇଥିଲା ତାହା, ସେହି ଦେଶର ସରକାରକୁ ଲୁଚିବା ପାଇଁ ବାଧ୍ୟ କରିଦେଲା । ଆଉ ଯାହାର କିଛି ପ୍ରଭାବ ଓଡିଶାରେ ପଡିଲା ଭଳି ମନେହେଉଛି । ଆମେ ଭିୟୁଜ୍ ପାଇଁ କେବେ ସାମ୍ପ୍ରଦାୟକ ଖବର ପ୍ରଶାରଣ କରିବା କିମ୍ବା କୌଣସି ନିଧିଷ୍ଟ ଧର୍ମକୁ ନେଇ ଆରୋପ ପ୍ରତ୍ୟାରୋପ କଲାଭରି ଖବର ପ୍ରସାରଣ କରିବାକୁ ସର୍ବଦା ନା ପସନ୍ଦ କରିଆରିଆସିଛୁ । କିନ୍ତୁ ଜଣେ ଦାୟୀତ୍ବବାନ ଗଣମାଧ୍ୟ ହିସାବରେ ସାଧାରଣ ଲୋକଙ୍କୁ ଜାଗୃତ କରିବା ଆମର ଦାୟୀତ୍ବ ବୋଲି ଆମେ ହୃଦୟନ୍ଗମ କରୁ । ସମ୍ପ୍ରଦାୟୀକତାକୁ ନେଇ ହୋଇଥିବା ଲଢେଇ, ସବୁବେଳେ ଦେଶ ପାଇଁ କ୍ଷତିକାରକ ବୋଲି ସାବ୍ୟସ୍ତ ହୋଇଛି।ସାମ୍ପ୍ରଦାୟୀକ ଲଢେଇଭିତରେ ସିନା କିଛି ରାଜନୈତିକ ରୁଟି ସେକିବାରେ ସଫଳ ହୋଇଥାନ୍ତି । କିନ୍ତୁ ତାର ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାଏ ସେଥିରେ ସବୁବେଳେ ସାଧାରଣ ଲୋକହିଁ ବଳି ପଡିଥାଏ । ଆମେ ଆଣଙ୍କୁ ଆଉ ଏକ ଭିଡିଓ ଦେଖାଉଛୁ, ଯେଉଁ ଭିଡିଓ ଦେଖିଲେ ଆପଣବି ଜାଣିପାରିବେ ,
ଏଭିଡିଓଟି ଦେଖିଲେ ଲାଗୁଛି ବାଂଲାଦେଶର, ଯେଉଁଥିରେ କୃଷ୍ଣ ରାମ ନାମରେ ପ୍ରକମ୍ପିତ ବାଂଲାଦେଶ ଶଙ୍ଖାରି ବଜାର।ଏହାର ଅର୍ଥ ହୋଇ ପାରେ ଦେଶରେ ଶାନ୍ତି ପ୍ରାର୍ଥନା ପାଇଁ ସମସ୍ତେ ଏକତ୍ରିତ, ତେଣୁ ଆମର ଅନୁରୋଧ ଆପଣଙ୍କ ଆଖପାଖରେ କିମ୍ବା ଆପଣଙ୍କ ସୋସିଆଲ ମିଡିଆକୁ ଆସୁଥିବା ଭିଡିଓ କିମ୍ବା ଫଟୋ, ଯାହା ଆପଣଙ୍କୁ ଗ୍ରହଣ ଯୋଗ୍ୟ ନଲାଗେ ତେବେ ସେହି ପରିସ୍ଥିତିରେ ଆପଣ ଆଇନକୁ ହାତକୁ ନନେଇ ତୁରନ୍ତ ସ୍ଥାନୀୟ ଥାନାରେ ଅଭିଯୋଗ କରନ୍ତୁ । କାରଣ ଆପଣଙ୍କ ଅଜଣାନ୍ତରେ ଏପରି ନହେଉ କି ଆପଣ କୌଣସି ଭୁଲ କରିବସନ୍ତୁ । ଭୁଲ ବୁଝାମଣା ଭଲ ଆଉ ପୁରୁଣା ସମ୍ପର୍କ ଭାଗିଥିବାର ଉଦାହରଣ ଅନେକ ରହିଛି । ଆମର ରାଜ୍ୟ ଜାତିଧର୍ମ ନୁହେଁ ବରଂ ଭାଇଚାରାରେ ବିଶ୍ବାସ ରଖେ । କାରଣ ଆମେ ମହାପ୍ରଭୁ ଜଗନ୍ନାଥଙ୍କ ରାଜ୍ୟର । ନ୍ମସ୍କାର ........ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।