ବର୍ଷକରେ ୩.୩ କୋଟି ପ୍ଲେଟ ଇଡଲି ଖାଇଛନ୍ତି ଭାରତୀୟ
ନୂଆଦିଲ୍ଲୀ :ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ଇଡ଼ଲିର ଲୋକପ୍ରିୟତା ବିଷୟରେ ଅନେକ ମଜାଦାର ତଥ୍ୟ କମ୍ପାନୀ ସାମ୍ନାକୁ ଆସିଛି । ଫୁଡ଼୍ ଡେ଼ଲିଭରୀ ଆପ୍ ସ୍ୱିଗି ବିଶ୍ୱ ଇଡ଼ଲି ଦିବସରେ ଏକ ରିପୋର୍ଟ ଜାରି କରିଛି । ଗତ ୧ ବର୍ଷରେ ଏହା ୩.୩ କୋଟି ପ୍ଲେଟ ଇଡ଼ଲି ଗ୍ରାହକଙ୍କ ପାଖେ ପହଁଂଚାଇଛି ।
ସର୍ବାଧିକ ଇଡ଼ଲି କରାଯାଇଥିବା ଦେଶର ତିନି ସହର ହେଉଛି ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇ । ତା ପଛକୁ ଅଛନ୍ତି ଦିଲ୍ଲୀ, କୋଲକାତା, କୋଚି, ମୁମ୍ବାଇ, କୋଇମ୍ବାଟୁର, ପୁନେ, ଭାଇଜାଗ୍ ।
ହାଇଦ୍ରାବାଦର ଜଣେ ସ୍ୱିଗି ୟୁଜର ବର୍ଷକ ମଧ୍ୟରେ ୬ ଲକ୍ଷ ଇଡ଼ଲି ଅଡର଼୍ କରିଛନ୍ତି । ସେ ମୋଟ୍ ୮,୪୨୮ ପ୍ଲେଟ ଇଡ଼ଲି ଅଡର଼୍ କରିଛନ୍ତି । ଅନ୍ୟ ସହର ଅପେକ୍ଷା ବେଙ୍ଗାଲୁରୁରେ ସୁଜି ଇଡ଼ଲି ବେଶି ଅଡର଼୍ କରାଯାଇଛି । ମସଲା ଦୋସା ପରେ ଇଡ଼ଲି ହେଉଛି ୨ୟ ସର୍ବାଧିକ ଅଡର଼୍ କରାଯାଇଥିବା ବ୍ୟଞ୍ଜନ ।