ସମ୍ବଲପୁର କର୍ଫ୍ୟୁ: ଆଜିବି ସହରବାସୀ ପାଇବେନି ଇଣ୍ଟରନେଟ୍‌ ସେବା

ସମ୍ବଲପୁର କର୍ଫ୍ୟୁ: ଆଜିବି ସହରବାସୀ ପାଇବେନି ଇଣ୍ଟରନେଟ୍‌ ସେବା

ସମ୍ବଲପୁର : ଆଜି ବି ସମ୍ବଲପୁର ସହରବାସୀ ପାଇବେନି ଇଣ୍ଟରନେଟ୍ ସେବା । ଆହୁରି ୨୪ ଘଣ୍ଟା କଟକଣାକୁ ବଢ଼ାଇ ଦିଆଯାଇଛି । ୬ ଦିନ ପରେ ସମ୍ବଲପୁର ଜିଲ୍ଲାର ଅଧା ଅଞ୍ଚଳରେ ଆସିଲା ଇଣ୍ଟରନେଟ୍ । ହେଲେ ସହରରେ ନାହିଁ ନେଟ୍ ସେବା । ରେଢ଼ାଖୋଲ, ନାକଟିଦେଉଳ, ଯୁୁଯୁମରା, ବାମରା, କୁଚିଣ୍ଡା, ଯମନକିରାରେ ଆସିଲା ଇଣ୍ଟରନେଟ୍ । ଲିଜ ଲାଇନ ନେଇଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ମିଳିବ ଇଣ୍ଟରନେଟ୍ ସୁବିଧା । ବାକି ସମସ୍ତ ଅଞ୍ଚଳରେ ବନ୍ଦ ରହିଛି ଇଣ୍ଟରନେଟ୍ ସେବା ।

ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଲୋକ ସର୍ମ୍ପକ ଅଧିକାରୀ । ସେପଟେ ଜିଲ୍ଲାରେ ହିଂସାକାଣ୍ଡ ଘଟାଇଥିବା ଅପରାଧୀଙ୍କୁ ଧରିବା ପାଇଁ ଜିଲ୍ଲା ବାହାରକୁ ଗଲା ପୋଲିସର ୨ଟି ସ୍ୱତନ୍ତ୍ର ଟିମ୍ । ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ଏବେବି ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିଛି । ବିଭିନ୍ନ ସ୍ଥାନରେ ପୋଲିସ ଡେରା ପକାଇଛି । କର୍ଫ୍ୟୁ କୋହଳ ସମୟ ଅବଧି ବୃଦ୍ଧି କରାଯାଇଥିବାରୁ ସହରରେ ଦୋକାନ ବଜାର ଖୋଲୁଛି । ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବାହାରକୁ ଆସୁଛନ୍ତି । ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ମହଲରେ ପ୍ରୟାସ ଆରମ୍ଭ ହୋଇଛି ।