ଏ.ଆଇ.ସି.ସି. ଦ୍ୱାରା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବରିଷ୍ଠ ନେତା ମଦନ ମୋହନ ଧଳ ପ୍ରଦେଶ କଂଗ୍ରେସ କମିଟିର ସଧାରଣ ସମ୍ପାଦକ ନିଯୁକ୍ତ
ଭୁବନେଶ୍ୱର, ତା. ୨୨/୦୩ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟନାୟକଙ୍କ ସୁପାରିଶ ତଥା ଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କ ଦ୍ୱାରା ଗୃହିତ ଅନୁଯାୟୀ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଂଗଠନ ସମ୍ପାଦକ ତଥା ଓଡ଼ିଶା ଶାଖାର ଉପସଭାପତି ଓ ନାଲ୍କୋର ବରିଷ୍ଠ ଶ୍ରମିକ ନେତା ଶ୍ରୀ ମଦନ ମୋହନ ଧଳଙ୍କୁ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି । ଏହାର ପ୍ରତିକ୍ରିୟାରେ ଶ୍ରୀ ଧଳ ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ, ଶ୍ରୀମତୀ ସୋନିଆ ଗାନ୍ଧୀ, ଶ୍ରୀ ରାହୁଲ ଗାନ୍ଧୀ, ଶ୍ରୀ ଶରତ ପଟ୍ଟନାୟକ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ଧଳ ମଧ୍ୟ ପ୍ରକାଶ କରିଛନ୍ତି ଯେ, ସେ ତାଙ୍କର ସମସ୍ତ ଶକ୍ତି ଖଟାଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳକୁ ଏକ ନିର୍ଣ୍ଣାୟକ ପରିସ୍ଥିତିରେ ପହଂଚାଇବା ପାଇଁ ପ୍ରତିଶ୍ରୁତି ବଦ୍ଧ । ସେ ମଧ୍ୟ ପିସିସିର ବରିଷ୍ଠ ନେତୃବର୍ଗ ଓ ନାଲ୍କୋ ଶ୍ରମିକ ସଂଗଠନ ସମୂହର ସମସ୍ତ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇବା ସହିତ ଆଗାମୀ ଦିନରେ ସାରା ଓଡ଼ିଶାର ଶ୍ରମିକ କର୍ମଚାରୀମାନଙ୍କ ପାଇଁ ନିଜକୁ ଉତ୍ସର୍ଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।