ଲାପଟପ୍ ଡିବିଟି ଯୋଜନା ଆବେଦନ ତାରିଖ ବୃଦ୍ଧି
ଭୁବନେଶ୍ୱର : ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ କିଣିବାକୁ ସହୟତା ରାଶି ଦେଉଛନ୍ତି ରାଜ୍ୟ ସରକାର । ଏହି ଲାପଟପ୍ ଡିବିଟି ଯୋଜନାରେ ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରୁଛନ୍ତି । ଲାପଟପ୍ ଡିବିଟି ଯୋଜନାର ୨୦୨୧ ଓ ୨୦୨୨ ବର୍ଷର ଆବେଦନ ଅବଧି ବୃଦ୍ଧି କରାଯାଇଛି । ଏହି ୨ ବର୍ଷର ଛାତ୍ରଛାତ୍ରୀମାନେ ଅଗଷ୍ଟ ୫ ତାରିଖ ପର୍ୟ୍ୟନ୍ତ ଆବେଦନ କରିପାରିବେ । ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲାପଟପ୍ ଡିବିଟି ୨୦୨୧ ପାଇଁ ଅନ୍ଲାଇନରେ ୨୦୨୨ ମାର୍ଚ୍ଚ ୨୯ ତାରିଖରୁ ଆବେଦନ ଆରମ୍ଭ ହୋଇଛି । ସେହିପରି ଲାପଟପ୍ ଡିବିଟି ୨୦୨୨ ପାଇଁ ଚଳିତବର୍ଷ ଏପ୍ରିଲ୍ ୫ରୁ ଆବେଦନ ଆରମ୍ଭ ହୋଇଛି ।