ବଜ୍ରପାତ ନେଲା ୨ ଜୀବନ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତରେ ବଜ୍ରପାତ ନେଲା ଜୀବନ । ଦୁଇ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି । ଜଣେ ଓସଙ୍ଗ ଗ୍ରାମର ଉପେନ୍ଦ୍ର ମଳିକ । ଅନ୍ୟଜଣେ ବଳରାମପୁର ଗ୍ରାମର ମଙ୍ଗ ମଳିକ । ଦୁଇ ଜଣ ଯାକ ପୃଥକ ପୃଥକ ଭାବେ ଗୁରୁବାର ଅପରାହ୍ନରେ ନିଜ ନିଜ ଗ୍ରାମର ବିଲକୁ ଧାନ କାମ କରିବାକୁ ଯାଇ କାମ କରୁ ଥିବାବେଳେ ବଜ୍ରପାତ ହୋଇଥିଲା । ଫଳରେ ଦୁଇ ଜଣ ଯାକ ପଡ଼ି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଆସିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।
ଖବର ପାଇ ଗୋପାଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୃଥକ ପୃଥକ ମାମଲା ରୁଜୁକରି ବ୍ୟବଛେଦ କରିଛିି । ସେହିପରି ଗୋପାଳପୁର ପଞ୍ଚାୟତ ଫତେପୁର ଗ୍ରାମର ବାସନ୍ତୀ ପାତ୍ର ବିଲକୁ କାମ କରିବାକୁ ଯାଇ ଫେରୁ ଥିବା ସମୟରେ ବଜ୍ରପାତ ହୋଇଥିଲା । ସେଠାରେ ଅଚେତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ଭର୍ତି କରାଯାଇଛି । ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ଥିବାର ଜଣା ପଡ଼ିଛି ।