ପ୍ରଥମ ପର୍ୟ୍ୟାୟ ପରେ ଖାଲି ପଡିଲା ୪୫୨ ସିଟ୍ ମେଡିକାଲ
ଭୁବନେଶ୍ୱର: ରାଜ୍ୟରେ ୧୨ଟି ସରକାରୀ ଓ ଦୁଇଟି ଘରୋଇ ମେଡିକାଲ କଲେଜ ପାଇଁ ଏମବିବିଏସ ଓ ବିଡିଏସ ପାଇଁ ନାମଲେଖା ଚାଲିଛି । ରାଜ୍ୟରେ ୧୯୦୦ ଏମବିବିଏସ ଓ ୧୬୩ ବିଡିଏସ ସିଟକୁ ମିଶାଇ ୨୦୬୩ ସିଟ ପାଇଁ ଚାଲିଛି ନାମଲେଖା । ଏଥିମଧ୍ୟରୁ ରାଜ୍ୟ କୋଟାରେ ୧୮୨୦ ସିଟ୍ ଲାଗି ଓଜେଇଇ କାଉନସେଲିଂ କରୁଛି । ପ୍ରଥମ ପର୍ୟ୍ୟାୟ ପରେ ୪୫୨ ସିଟ୍ ପଡିଲା ଖାଲି । କେବଳ ପୂରଣ ହୋଇଛି ବାଲେଶ୍ୱର ମେଡିକାଲ କଲେଜର ଏମବିବିଏସ ସିଟ୍ ।
ଆସନ୍ତା ୧୪ରୁ ୧୭ ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ପଞ୍ଜିକରଣ ହେବ । ୧୯ରେ ରାଜ୍ୟ ମେଧା ତାଲିକା ପ୍ରକାଶ ସହ ୧୯ରୁ ୨୧ ତାରିଖ ମଧ୍ୟରେ ନୂଆ ଭାବେ ପଞ୍ଜିକୃତ ହୋଇଥିବା ପିଲାମାନେ ଚଏସ ଲକିଂ ଓ ଫିଲିଂ କରିପାରିବେ । ଅଗଷ୍ଟ ୨୩ରେ ଦ୍ୱିତୀୟ ରାଉଣ୍ଡ ପ୍ରୋଭିଜନାଲ ଆଲଟମେଣ୍ଟ ହେବା ସହ ୨୫ରେ ଦ୍ୱିତୀୟ ରାଉଣ୍ଡ ଆଲଟମେଣ୍ଟ ଲେଟର ପ୍ରକାଶ ପାଇବ ଏବଂ ୩୧ ତାରିଖ ଯାଏ ନାମଲେଖା ଚାଲିବ । ୨୭ରୁ ୩୧ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ନାମଲେଖାରୁ ଓହରି ପାରିବେ ବୋଲି ଓଜେଇଇ ସୂଚନା ଦେଇଛି ।