ଥମୁନି NEET UGC ପ୍ରଶ୍ନ ପତ୍ର ଲିକୁ ବିବାଦ

ଥମୁନି NEET UGC ପ୍ରଶ୍ନ ପତ୍ର ଲିକୁ ବିବାଦ

ଥମୁନି NEET UGC ପ୍ରଶ୍ନ ପତ୍ର ଲିକୁ ବିବାଦ । ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ନିଟ୍‌-ୟୁଜି ପେପର୍‌ ଲିକ୍‌ ମାମଲାକୁ ନେଇ ଲୋକସଭାରେ ଶାସକ ଏବଂ ବିରୋଧୀ ଦଳ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା  । ବିରୋଧି ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଗୃହରେ ଦେଶର ଶିକ୍ଷା ବ୍ୟବସ୍ଥା ଭୁସୁଡି ପଡିଥିବା କହିବା ପରେ, ଭଡକି ଯାଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ରାହୁଲ ଗୃହରେ କହିଥିଲେ, ‘ଆମ ପରୀକ୍ଷା ପଦ୍ଧତିରେ ଅତି ସାଂଘାତିକ ସମସ୍ୟା ଅଛି ଏବଂ ଏହା ସମଗ୍ର ଦେଶ ପାଇଁ ଏକ ବାସ୍ତବତା । କେବଳ ନିଟ୍‌ ନୁହେଁ ସମସ୍ତ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ଜାଲିଆତି ହେଉଛି  । ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ନିଜକୁ ବାଦ୍‌ ଦେଇ ଅନ୍ୟ ସମସ୍ତଙ୍କୁ ଦାୟୀ କରୁଛନ୍ତି ବୋଲି କହିଥିଲେ ରାହୁଲ  । ଯାହାର କଡା ସମାଲୋଚନା କରିବା ସହିତ ଧର୍ମେନ୍ଦ୍ର କହିଥିଲେ ଗତ 7 ବର୍ଷରେ କୌଣସି ପେପର ଲିକ୍ ହୋଇଥିବା ପ୍ରମାଣ ନାହିଁ । ଯାକୁ ନେଇ ରାଜ୍ୟ କଂଗ୍ରେସ ମୁହଁ ଖୋଲିଛି ।