ବୋଲବମ ଭକ୍ତଙ୍କ ଉପରେ ପୋଲିସର ପ୍ରହାର

ବୋଲବମ ଭକ୍ତଙ୍କ ଉପରେ ପୋଲିସର ପ୍ରହାର

ନିଜର ଅଶୋଭନୀୟ ଆଚରଣ ପାଇଁ ଅନେକ ସମୟରେ ଚର୍ଚ୍ଚାକୁ ଆସୁଥିବା କଟକ ସଦର ଥାନା IIC ଜଗନ୍ନାଥ ମଲ୍ଲିକ ପୁଣି ଥରେ ଆଉ ଏକ ବିବାଦକୁ ଜନ୍ମ ଦେଇଛନ୍ତି. ନିଜ ବନ୍ଧୁମାନଙ୍କ ସହ ଏକ ବେସରକାରୀ ଗାଡ଼ିରେ ଥିବା IIC ଜଗନ୍ନାଥ ମଲ୍ଲିକ ବୋଲବମ ଭକ୍ତଙ୍କ ସେବା ପାଇଁ ଉଦିଷ୍ଟ ଥିବା ଏକ ସେବା କ୍ୟାମ୍ପ ଭିତରେ ଗାଡି ପୁରାଇଛନ୍ତି.  କେବଳ ସେତିକି ନୁହେଁ ବରଂ ନିଶାଶକ୍ତ ଅବସ୍ଥାରେ ଥାଇ ବୋଲବମ ଭକ୍ତ ଓ ସେବାକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ମଧ୍ୟ ଅଭିଯୋଗ ହୋଇଛି. ଘଟଣାଟି ଘଟିଛି କଟକ ଭାଣପୁର ଅଂଚଳରେ. ବଡ଼ କଥା ଏହିକି ଯେ ଗତକାଲି ରାତିରେ ଘଟିଥିବା ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି.  ସେପଟେ ଏହି ଘଟଣାକୁ ଅତି ଗୁରୁତର ସହ ନେଇଛି କମିଶନରେଟ ପୋଲିସ. ଜୋନ 4 ଏସିପିଙ୍କୁ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର. ଏହା ପୂର୍ଵ ମଧ୍ୟ କଟକ ସଦର ଥାନା IIC ଜଗନ୍ନାଥ ମଲ୍ଲିକଙ୍କ ନାଁରେ ଥାନାକୁ ଆସିଥିବା ଜଣେ ମହିଳାଙ୍କୁ ଦୁବ୍ୟାବାହାର କରିବା ଓ ବାଲି ମାଫିଆଙ୍କ ସହ ସମ୍ପର୍କକୁ ନେଇ ଡିସିପି ନିକଟରେ ଅଭିଯୋଗ ହୋଇ ଥିଲା