ଅଙ୍ଗ ଦାନ ନେଇ ଘୋଷଣା କଲେ ଓଡିଶା ହାଇକୋର୍ଟ

ଅଙ୍ଗ ଦାନ ନେଇ ଘୋଷଣା କଲେ ଓଡିଶା ହାଇକୋର୍ଟ

ଅଙ୍ଗ ଦାନ ନେଇ ଘୋଷଣା କଲେ ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଚକ୍ରଧାରି ଶରଣ ସିଂହ.ଏସସିବି ପରିସର ରେ ଆୟୋଜିତ ଜାତୀୟ ଅଙ୍ଗଦାନ ଦିବସ ପାଳନ ଅବସରରେ ସେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏହି ଘୋଷଣା କରିବା ସହିତ ଏଥିପାଇଁ ସମସ୍ତଙ୍କୁ ଆଗକୁ ଆସିବାକୁ ଆହ୍ୱାନ ଦେଇଛନ୍ତି.ଏସସିବି ୟୁରୋଲୋଜି ନେଫରୋଲୋଜି ବିଭାଗ ସୋଟୋ ଓ଼ ଛାତ୍ର ସଂଘ ମିଳିତ ଆନୁକୂଲ୍ୟରେ ରେ 3ଦିନ ଧରି ଚାଲିଥିବା ଜାତୀୟ ଅଙ୍ଗଦାନ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂମ୍ମାନିତ ଅତିଥି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଡାକ୍ତର ଉମାକାନ୍ତ ଶତପଥୀ ମାନସ ସାହୁ ଭାରତ ଅଙ୍ଗଦାନ ସମିତି ର ସଭାପତି ଡ଼ ପ୍ରଭାଷ ଚନ୍ଦ୍ର ଆଚାର୍ଯ୍ୟ ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ. ଏହି ଅବସରରେ ଆସନ୍ତା ବର୍ଷ ଠାରୁ ଏମବିଏସ ପାଠ୍ୟକ୍ରମ ରେ ଅଙ୍ଗଦାନ ଓ଼ ପ୍ରତିରୋପଣ ବିଷୟ କୁ ସ୍ଥାନ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ ପକ୍ଷ ରୁ ଘୋଷଣା କରାଯାଇଥିଲା.ରାଜ୍ୟ ସରକାର ଅଙ୍ଗଦାନ ଅଭିଯାନ କୁ ତ୍ୱରାନ୍ୱିତ କରିବା ସହିତ ପ୍ରତିରୋପଣ ପାଇଁ ଆଗାମୀ ଦିନରେ ମେଡିକାଲ ରେ ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରି କହିଥିଲେ.କାର୍ଯ୍ୟକ୍ରମକୁ ପ୍ରଫେସର ସମୀର ସ୍ୱାଇଁ ପରିଚାଳନା କରିଥିବା ବେଳେ ଡାକ୍ତର ଅରୁଣା ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ.ଏହି ଅବସରରେ ଅଙ୍ଗଦାନ କରିଥିବା ପରିବାରକୁ ସଂମ୍ମାନିତ କରାଯିବା ସହିତ ଏହି ବିଷୟ କୁ ନେଇ ହୋଇଥିବା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ପୁରସ୍କୃତ କରାଯାଇଥିଲା.