ବଡ଼ଦେଉଳରେ ଶ୍ରୀଜିଉଙ୍କ ବଡ଼ମହାସ୍ନାନ

ପୁରୀ, : ବୁଧବାର ଅପରାହ୍ନରେ ବଡ଼ଦେଉଳରେ ଶ୍ରୀଜିଉଙ୍କ ବଡ଼ମହାସ୍ନାନ ହୋଇଛି । ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିଥିବାରୁ ବଡ଼ମହାସ୍ନାନ ହୋଇଥିଲା । ମଧ୍ୟାହ୍ନ ଭୋଗମଣ୍ଡପ ସରି ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ କରୁଥିଲେ । ଏହି ସମୟରେ ଭିତରକାଠ ନିକଟରେ ରକ୍ତ ପଡ଼ିଥିବା ଦୃଷ୍ଟିକୁ ଆସିଥିଲା । ଏହାର ଯାଞ୍ଚ କରାଯାଇ ଠାକୁରଙ୍କବଡ଼ ମହାସ୍ନାନ ପାଇଁ ନିଷ୍ପତ୍ତି ହୋଇଥିଲା । ୪ଟାରେ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା ।
ଠାକୁରଙ୍କ ବେଶ ଉଲାଗି ହୋଇ ଅମୁଣିଆ ଫୁଲ ଅନ୍ୟାନ୍ୟସାମଗ୍ରୀ ମାରା ହୋଇଥିଲା । ଗର୍ଭଗୃହ ଜଗମୋହନ ଧୁଆଧୋଇ ହୋଇ ଚୁନପାଣି ପଡ଼ି ସିଂହାସନ ଧୂଆ ହୋଇଥିଲା । ୪ଟା ୫୫ରେ ଠାକୁରଙ୍କ ମହାସ୍ନାନ ପୂଜା ଶେଷ ହୋଇ ପୁଣି ଠାକୁରଙ୍କ ନୀତି ଆଗେଇଥିଲା । ବଡ଼ମହାସ୍ନାନ ପାଇଁ ଶ୍ରଦ୍ଧାଳୁମାନେ କିଛି ସମୟ ଠାକୁର ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ।