ମହାମହିମଙ୍କ ସୁରକ୍ଷାରେ ତ୍ରୁଟି ଏବଂ ବିଦ୍ୟୁତ ବିଭ୍ରାଟ ଘଟଣା: ଆଜି ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ବାରିପଦା: ନିଜ ଜନ୍ମ ମାଟି ମୟୂରଭଞ୍ଜକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଥମ ଗସ୍ତରେ ଆସିଥିବା ବେଳେ ତାଙ୍କ ସୁରକ୍ଷାରେ ତ୍ରୁଟି ଏବଂ ବିଦ୍ୟୁତ ବିଭ୍ରାଟ ଘଟଣାକୁ ପ୍ରସଙ୍ଗ କରି ଆଜି ମୟୂରଭଞ୍ଜ ବନ୍ଦ ହୋଇଛି। ବିଜେପି ଏହି ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ ସାଧାରଣରେ ଭରପୁର ସମର୍ଥନ ମିଳିଛି । ସାରା ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି । ସେପଟେ ଦୋକାନ ବଜାର ବନ୍ଦ ଥିବା ବେଳେ ସରକାରୀ ବେସରକାରୀ କାର୍ୟ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ରହିଛି । ତେବେ ବାଙ୍ଗିରିପୋଷି ପୁରୀ ଟ୍ରେନ୍ ଚାଲି ଯାଇଥିବା ବେଳେ ମେମୁ ଟ୍ରେନ୍ ଚଳାଚଳ ଅବ୍ୟାହତ ରହିଛି । ଜିଲ୍ଲାରେ ସବୁଠି ବିଜେପି କର୍ମୀମାନଙ୍କ ହରତାଳ ଯୋଗୁଁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ୍ ରହିଛି । ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବିରେ ବିଜେପି କର୍ମୀମାନେ ବନ୍ଦରେ ସାମିଲ ହୋଇ ପିକେଟିଂ କରୁଛନ୍ତି ।