ସୁବାଷ ସଙ୍ଗଠନ୍ ପକ୍ଷରୁ ଧାରଣା

ସୁବାଷ ସଙ୍ଗଠନ୍ ପକ୍ଷରୁ ଧାରଣା

କଟକ ଏସ ସି ବି ମେଡ଼ିକାଲ ର ରଞ୍ଜନ ରଶ୍ମି ବିଭାଗରେ କାର୍ଯ୍ୟ କରୁଥିବା ସି ଟି ସ୍କାନ ମେସିନ ଅଚଳ ହୋଇ ପଡ଼ିଥିବା ବେଳେ ତାହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଏସ ସି ବି ଅଧିକ୍ଷକ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସୁବାସ ସଂଗଠନ ର ସଦସ୍ୟ ମାନେ। ପୂର୍ବରୁ ଜୁଲାଇ ୧୬ ତାରିଖରେ ସଂଗଠନ ପକ୍ଷରୁ ମେସିନ ସଜଡ଼ା ପାଇଁ ଧାରଣା ଦିଆଯାଇଥିଲା ବେଳେ ଏହାକୁ ତୁରନ୍ତ ସଜଡ଼ା ଯିବାର ପ୍ରତିଶ୍ରୁତି ଦିଆଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିଲା ନାହିଁ। ଯାହା ଫଳରେ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ସଂଗଠନ ର ସଦସ୍ୟ ମାନେ। ଏହା ସହ ମେଡ଼ିକାଲ ପରିସରରେ ଥିବା ଅନ୍ୟଏକ ମେସିନ ଟି ବହୁତ୍ ପୁରୁଣା ହେବାରୁ ମଧ୍ୟ ବାରମ୍ବାର ଖରାପ ହେଉଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଯେପର୍ଯ୍ୟନ୍ତ ସଂଗଠନ ର ଦାବି ମେଡ଼ିକାଲ କର୍ତ୍ତୃପକ୍ଷ ମାନି ନାହାନ୍ତି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ସଂଗଠନ ସଦସ୍ୟ। ଅନ୍ୟପଟେ ଏସିବି ଅଧ୍ୟକ୍ଷ ଅବିନାଶ ରାଉତ ପହଞ୍ଚି ବୁଝା ସୁଝା କରିବା ପରେ ଧାରଣା ରୁ ଉଠିଥିଲେ ସୁବାଷ ସଂଗଠନ ସଦସ୍ୟ ମାନେ, କିଛି ଯାନ୍ତ୍ରିକ ଓ ପରିବହନ ରେ ନବା ଆଣିବାରେ କାର୍ଯ୍ୟ ବିଳମ୍ୱ ହୋଇଛି, ଯଥାଶୀଘ୍ର ଏହାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ.