ଜାହାକୁ ଜାତି ଜଣାନାହିଁ, ସିଏ ଜାତି ଗଣନାର କଥା ନ କହିବା ଭଲ

ଜାହାକୁ ଜାତି ଜଣାନାହିଁ, ସିଏ ଜାତି ଗଣନାର କଥା ନ କହିବା ଭଲ

ଜାହାକୁ ଜାତି ଜଣାନାହିଁ, ସିଏ ଜାତି ଗଣନାର କଥା ନ କହିବା ଭଲ ।  ହଁ ଆଜ୍ଞା ଏ କଥା ଆମେ କହୁନାହୁ, କି ତଥା କଥିତ ଜ୍ଞାନ ବାଣ୍ଟୁଥିବା କିଛି ବୁଧିଜୀବି ବି କହିନାହାଁନ୍ତି । ଏଭଳି ଏକ ମନ୍ତବ୍ୟ  ଲୋକସଭାରେ ବିଜେପି ସାଂସଦ ଅନୁରାଗ ଠାକୁରଙ୍କର । ଯେଉଁଥି ପାଇଁ ରାହୁଲଙ୍କ ଅପେକ୍ଷା ଅଖିଳେଶ ଅଧିକ ରାଗିଯାଇଥିବା ଦେଖିବାକୁ ମିଳିଥିଲା  । କିନ୍ତୁ ଆଶ୍ଚର୍ଯ୍ୟତ ସେତେବେଳେ ଲାଗିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରାଗ ଠାକୁରଙ୍କ ପୁରା ଭାଷଣର ଭିଡିଓ ଟ୍ୱିଟ୍ କରି କହିଥିଲେ ଯେ ସେ ଅନୁରାଗଙ୍କ ସହ ଅଛନ୍ତି । ଅନୁରାଗ ଠାକୁର କହିଥିଲେ ଯେ ଯାହାର ଜାତି ଜଣା ନାହିଁ, ସେ ଗଣନା ବିଷୟରେ କଥାବାର୍ତ୍ତା କରନ୍ତି । ତେବେ ପ୍ରଶ୍ନ ଆସୁଛି  ଜାତି ଗଣନାକୁ ବିରୋଧ କରିବା, ସେ ପୁଣି ଅନୁରାଗ ଦେଇଥିବା ଯୁକ୍ତି ଦ୍ୱାରା, ଏହା କଣ ସଂସଦରେ ଯଥାର୍ଥ କି ? ଏହା ବ୍ୟତୀତ ଅଖିଳେଶ ଯାଦବଙ୍କ ଭାଷଣ ମଧ୍ୟ ଏହି ଭିଡିଓରେ ଖୁବ ଆଲୋଚନା କରାଯାଇଛି । ଦେଖନ୍ତୁ ଏହି ରିପୋର୍ଟ ।