ବାପା ନିର୍ବାଚନ ଲଢିବେନି:ମନ୍ମଥ ରାଉତରାୟ
ଭୁବନେଶ୍ଵର : ସୁରଙ୍କ ଜାଗାରେ ୨୦୨୪ ନିର୍ବାଚନ ଲଢିବେ ସାନ ପୁଅ। ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ଚାକିରିରୁ ଇସ୍ତଫା ଦେଇଛନ୍ତି। ମନ୍ମଥ ରାଉତରାୟ ଏୟାର ଇଣ୍ଡିଆ କ୍ୟାପଟେନ୍ ଥିଲେ। ଚାକିରି ଛାଡ଼ିଥିବା ନେଇ ନିଜେ ମନ୍ମଥ ସୂଚନା ଦେଇଛନ୍ତି।
ଚାକିରି ଛାଡ଼ିବା ପରେ ମନ୍ମଥ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ୨୦୨୪ରେ ବାପା ନିର୍ବାଚନ ଲଢିବେନି। ସେବା କରିବା ପାଇଁ ଚାକିରି ଛାଡ଼ିଲି। ସୁରଙ୍କ ବଦଳରେ ମନ୍ମଥ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି।
ପ୍ରକାଶ ଥାଉକି, ଜଟଣୀ ବିଧାୟକ ସୁର ରାଉତରାୟ ଫେବୃଆରୀ ୨୩ରେ ରାଜନୈତିକ କ୍ୟାରିଅରରୁ ଅବସର ଘୋଷଣା କରିଥିଲେ। ସେ କହିଥିଲେ ଯେ, ମୁଁ ଆଉ ନିର୍ବାଚନ ଲଢିବିନି। ମୋ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢିବ। ମୋତେ ୮୦ ହେଲାଣି । ମୋ ପୁଅ କଂଗ୍ରେସ ଟିକେଟରୁ ଲଢିବ ।




admin 