ତରିଆମହୁଆଭଟା ଗାଁରେ ପୁଣି ବାଘ ଆତଙ୍କ

ତରିଆମହୁଆଭଟା ଗାଁରେ ପୁଣି ବାଘ ଆତଙ୍କ

ନୂଆପଡ଼ା  : ଗତ କିଛି ଦିନର ନିରବତା ପରେ ପୁଣି ନୂଆପଡ଼ା ରେଞ୍ଜ ଆମାନାରା ବିଟ ଅଧିନ ତରିଆମହୁଆଭଟା ଗାଁରେ ପୁଣି ବାଘ ଆତଙ୍କ ଦେଖା ଦେଇଛି । ଗାଁର ଗୋବିନ୍ଦ ନାଏକଙ୍କ ବାଛୁରୀକୁ ଗୁହାଳରୁ ଟାଣି ନେଇ ଖାଇ ଯାଇଛି ।ଗତକାଲି ସନ୍ଧ୍ୟାରେ ତରିଆମହୁଆଭଟା ଗାଁର ଗୋବିନ୍ଦ ନିଜ ଗାଈ, ବାଛୁରୀକୁ ଗୁହାଳରେ ବାନ୍ଧି ଘରେ ଶୋଇଥିଲା । ଆଜି ସକାଳୁ ଗୁହାଳକୁ ଯାଇ ଦେଖିଥିଲେ ଏକ ବାଛୁରୀ ନଥିଲା। ସେଠାରେ ଖୋଜାଖୋଜି କରିବାରୁ ଗୁହାଳ ଠାରୁ ପ୍ରାୟ ୨ ଶହ ମିଟର ଦୂରରେ ବାଛୁରୀର ମୃତଦେହ ପଡିଥିଲା। ଏହି ଘଟଣାର ପରିପାଶ୍ୱବିକ ସ୍ଥିତି ଓ ପାଦ ଚିହ୍ନରୁ ଏହା କଲରାପତରିଆ ବାଘର କାମ ବୋଲି ଗାଁ ଲୋକେ ସନ୍ଦେହ କରିଛନ୍ତି।  ବିଳମ୍ବିତ ରାତିରେ ବାଘ ଗୁହାଳରେ ପଶି ବାଛୁରୀକୁ ଟାଣି ନେଇ ଖାଇ ଯାଇଛି । ଏବେ ଗାଁ ଲୋକେ ବାଘ ଆତଙ୍କରେ ଆତଙ୍କିତ ହୋଇ ପଡିଛନ୍ତି।ସୂଚନା ଥାଉକି, ଗତ ମାର୍ଚ୍ଚ ୬ରୁ କଲରା ପତାରିଆ ବାଘ ଆତଙ୍କ ଖେଳାଇ ଚାଲିଥିଲା। ଏହି ଅଞ୍ଚଳରେ ୭ରୁ ଅଧିକ ଗାଈ ବାଛୁରୀ ଶିକାର କରିଛି। ଗତ ପ୍ରାୟ ୩ ମାସ ପରେ ଆଜି ବାଘ ପୁଣି ଶିକାର କରି ଲୋକଙ୍କୁ ଆତଙ୍କିତ କରିଛି।