ରାମ ମନ୍ଦିର ଉଦଘାଟନକୁ ନେଇ ବଡ଼ ବୟାନ ଦେଲେ ଉଦ୍ଧବ ଠାକରେ,ଜାଣନ୍ତୁ କ’ଣ
ମୁମ୍ବାଇ: ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ଦିବ୍ୟ ରାମ ମନ୍ଦିର ଉଦଘାଟନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭବ୍ୟ ମନ୍ଦିରର ଉଦଘାଟନ କରିବେ । ୨୨ ଜାନୁୟାରୀରୁ ଗର୍ଭଗୃହରେ ପୂଜା ପାଇବେ ମର୍ୟ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ । ଏନେଇ ପ୍ରସ୍ତୁତି ଜୋରସୋର ହୋଇଛି । ଏହାରି ଭିତରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଦେଇଥିବା ମନ୍ତବ୍ୟ ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ରାମ ମନ୍ଦିର ଉଦଘାଟନ ପରେ ଗୋଧ୍ରା ଭଳି କାଣ୍ଡ ଘଟିପାରେ ବୋଲି କହିଛନ୍ତି ଉଦ୍ଧବ ଠାକରେ ।
ସେ କହିଛନ୍ତି,''ଉତ୍ତରପ୍ରଦେଶର ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ପାଇଁ ସରକାର ଅଧିକ ସଂଖ୍ୟାର ଲୋକଙ୍କୁ ନିମନ୍ତ୍ରଣ କରିପାରନ୍ତି । ବସ ଓ ଟ୍ରକରେ ଅଧିକ ସଂଖ୍ୟକ ଲୋକ ରାମ ମନ୍ଦିର ଉଦଘାଟନରେ ସାମିଲ ହେବାକୁ ଯାଇପାରନ୍ତି । ମାତ୍ର ଯେବେ ଲୋକ ସେଠାରୁ ଫେରିବେ ତେବେ ଗୋଧ୍ରା ଭଳି କାଣ୍ଡ ହୋଇପାରେ ।'' ଜଲଗାଓରୁ କିଛି ଏମିତି କହିଛନ୍ତି ଉଦ୍ଧବ ଠାକରେ ।
ବିଜେପି ଓ ଆରଏସସକୁ ନେଇ ଉଦ୍ଧବ ଠାକରେ କହିଛନ୍ତି, ''ତୁମ ପାଖରେ ଏମିତି କିଛି ପ୍ରତୀକ ନାହିଁ ଯାହାକୁ ଲୋକ ତାଙ୍କ ଆଦର୍ଶ ମାନିବେ । ଏହା ପରିବର୍ତ୍ତେ ସର୍ଦ୍ଦାର ପଟେଲ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ମହାନ ବ୍ୟକ୍ତିତ୍ବଙ୍କୁ ଆଦର୍ଶ ମାନୁଛନ୍ତି । ବିଜେପି ଓ ଆରଏସସ ମୋ ପିତା ବାଲ ଠାକରେଙ୍କ ଆସନ ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି ।''
ଉଦ୍ଧବ ଠାକରେ ଆହୁରି କହିଛନ୍ତି,''ବିଜେପି ଓ ଆରଏସସର ନିଜର କୌଣସି ଉପଲବ୍ଧି ନାହିଁ । ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତୀ ୧୮୨ ମିଟର ଉଚ୍ଚ ଯାହା ବିଶ୍ବର ସବୁଠୁ ଉଚ୍ଚା ପ୍ରତିମା । ଏହି ଆକାରର ମହତ୍ତ୍ବ ରଖେ ନାହିଁ ତାଙ୍କ ଉପଲବ୍ଧି ମହତ୍ତ୍ବ ରଖେ । ବିଜେପି ଏ ଆରଏସସ ସର୍ଦ୍ଦାର ପଟେଲଙ୍କ ମହାନତା ହାସଲ କରିବାକୁ ଯୋଗ୍ୟ ନୁହନ୍ତି ।''