ମହିଳା ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ

ମହିଳା ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ

ବଲାଙ୍ଗୀର: ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ମହିଳା ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ । ବଲାଙ୍ଗୀର ଡିପିସି ଅଫିସର ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିଣୀ ଯୋଶୀ ଧରାପଡ଼ିଲେ।  ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଡିପିସି ଅଫିସରରେ ଜେଣ୍ଡର କୋଅର୍ଡିନେଟର ଥିବା ପୁଷ୍ପାଙ୍ଗିଣୀ ଜଣେ ପ୍ରଧାନଶିକ୍ଷକଙ୍କ ବିଲ ଆଡ଼ଜଷ୍ଟ ପାଇଁ ସେ ଲାଞ୍ଚ ନେଉଥିଲେ ।  ଆଉ ସେ ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିବା ସହ କେମିକାଲ ବୋଳା ହୋଇଥିବା ଟଙ୍କା ଜବତ କରିଥିଲେ ।  ଏବେ ପୁଷ୍ପାଙ୍ଗିଣୀଙ୍କ ବାସଭବନରେ ଚଢ଼ାଉ ଚାଲିଥିବାର ଜଣାପଡିଛି । ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।