ବନକଲାଗି ନୀତିରେ ଅସହଯୋଗ: ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍

ବନକଲାଗି ନୀତିରେ ଅସହଯୋଗ: ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍

ଭୁବନେଶ୍ୱର:  ସେବାୟତଙ୍କ ଜିଦିରୁ ହୋଇପାରିଲାନି ଶ୍ରୀଜିଉଙ୍କ ବନକଲାଗି ନୀତି । ବିଶୃଙ୍ଖଳା ପାଇଁ ଦତ୍ତ ମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ । ଶ୍ରୀମନ୍ଦିର ପ୍ରଶାସନ ଏହି ନୋଟିସ ଜାରି କରି ଚାରିଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ଏହି ନୋଟିସ ହୋଇଛି । ୨୦୧୮ ପରିଚାଳନା କମିଟି ନିଷ୍ପତି ଅନୁସାରେ ପ୍ରତି ବୁଧବାର ବନକଲାଗି ନୀତି କରାଯାଉଛି । ହେଲେ ଏବେ କାହିଁକି ଗୁରୁବାର ବନକଲାଗି ନୀତି କରିବା ପାଇଁ ନିଯୋଗ ଜିଦ୍ ଧରୁଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ଉତର ଲୋଡିଛି ।
ନିଳାଦ୍ରୀ ବିଜେ ପରଠାରୁ ଏଯାବତ ବନକଲାଗି ନୀତି ହୋଇନାହିଁ । ସେପଟେ ଦୁଇଦିନ ମଧ୍ୟରେ ନୋଟିସର ଜବାବ ଦିଆଯିବ ବୋଲି ଦତ୍ତ ମହାପାତ୍ର ନିଯୋଗ କହିଛନ୍ତି । ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ବନକଲାଗି କରିବାକୁ ଗୁରୁବାର ପ୍ରସ୍ତୁତ ଥିଲୁ । ହେଲେ ପ୍ରଶାସନର ଅବହେଳା ଯୋଗୁଁ ନୀତି ହୋଇପାରି ନାହିଁ ବୋଲି ଅଭିଯୋଗ ହୋଇଛି । ତେଣୁ ସତ୍ୱଲିପି ଆଧାରରେ ବନକଲାଗି କରାଯିବା ଦରକାର । ନହେଲେ ସତ୍ୱଲିପିକୁ ଉଚ୍ଛେଦ କରିଦେଉ ପ୍ରଶାସନ । ଆବଶ୍ୟକ ପଡିଲେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ଦତ୍ତ ମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର ।