ଅନୁଭବ-ବର୍ଷା ବିବାଦ: ୨୮ରେ ପରବର୍ତୀ ଶୁଣାଣି

ଅନୁଭବ-ବର୍ଷା ବିବାଦ: ୨୮ରେ ପରବର୍ତୀ ଶୁଣାଣି

ଅନୁଭବ-ବର୍ଷା ବିବାଦ: ୨୮ରେ ପରବର୍ତୀ ଶୁଣାଣି
ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପି୍ରୟଦର୍ଶିନୀ ଘରୋଇ ହିଂସା ମାମଲା । କଟକ ଏସଡିଜେଏମ କୋର୍ଟରେ ମାମଲାର ଶୁଣାଣି କରାଯାଇଛି । ଉଭୟ ପକ୍ଷ ଦ୍ୱାରା ଆଗତ ୨ଟି ପୃଥକ ପିଟିସନ୍ ଉପରେ ଶୁଣାଣି ହୋଇଥିବା । ଅନୁଭବ ମହାନ୍ତିଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତୀ ଶୁଣାଣି କରାଯିବ । ପ୍ରକାଶ ଯେ, ଓଲିଉଡର ଏହି ଷ୍ଟାର ଦମ୍ପତ୍ତିଙ୍କ ଛାଡପତ୍ରକୁ ନେଇ ବର୍ଷା କଟକ ସ୍ଥିତ ଦୌରାଜଜଙ୍କ ନିକଟରେ ମାମଲା ରୁଜୁ କରିଥିଲେ । ଏହାପରେ ଅନୁଭବ ଦିଲ୍ଲୀସ୍ଥିତ ପଟିଆଲା ହାଉସ କୋର୍ଟରେ ମାମଲା ଦାୟର କରିଥିବା ଜଣାପଡିଥିଲା । ଉଭୟ ପରସ୍ପର ବିରୋଧରେ ବୟାନ ପ୍ରଦାନ କରିବାରେ ନ୍ୟସ୍ତ ରହିଥିଲେ । ସୋସିଆଲ ମିଡିଆରେ ପରସ୍ପର ପ୍ରତି ଅପମାନ ସୂଚକ ମନ୍ତ୍ୟ ଦେଉଥିଲେ । ବର୍ଷା ଏବଂ ସେ ସ୍ୱାମୀ ସ୍ତ୍ରୀ ପରି ଚଳୁନଥିବା ନେଇ ଅନୁଭବ ଅଭିଯୋଗ କରିଥିଲେ । ସେହିପରି ଅନୁଭବ ମଦ ପିଇ ତାଙ୍କୁ ମାଡ ମାରିବା ସହିତ ନିର୍ଯାତନା ଦେଉଥିଲେ ବୋଲି ବର୍ଷା ଅଭିଯୋଗ କରିଥିଲେ । ଏହାପରେ ସର୍ବୋଚ୍ଚକୋର୍ଟଙ୍କ ତତ୍ତ୍ୱାବଧାନରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନର ପ୍ରୟାସ କରାଯାଇଥିଲା ।