ଅଫଲାଇନରେ ହେବ ଉକ୍ରଳ ବିଶ୍ୱ ବିଦ୍ୟାଳୟ ୟୁଜି ପରୀକ୍ଷା

ଅଫଲାଇନରେ ହେବ ଉକ୍ରଳ ବିଶ୍ୱ ବିଦ୍ୟାଳୟ ୟୁଜି ପରୀକ୍ଷା

ଅଫଲାଇନରେ ହେବ ଉକ୍ରଳ ବିଶ୍ୱ ବିଦ୍ୟାଳୟ ୟୁଜି ପରୀକ୍ଷା
ଭୁବନେଶ୍ୱର: ଉକ୍ରଳ ବିଶ୍ୱବିଦ୍ୟାଳୟ ୟୁଜି ତିନି ବା ୟୁଜି ଶେଷ ବର୍ଷ ଶେଷ ସେମିଷ୍ଟାର ପରୀକ୍ଷା ଅଫଲାଇନରେ ହେବ । ଚଳିତ ମାସ ଚତୁର୍ଥ ସପ୍ତାହରେ ପରୀକ୍ଷା ମଲ୍ଟିପଲ ଚଏସ ଓଏମଆର ଆଧାରରେ କରାଯିବ । ରାଜ୍ୟର ୯ଟି ଜିଲ୍ଲାର ୨୭୮ କଲେଜର ସେମିଷ୍ଟର ୫୦ ହଜାର ୧୭୦ ପରୀକ୍ଷାର୍ଥୀ ଦେବେ । ତେବେ ଛାତ୍ରଛାତ୍ରୀମାନେ ଏହି ୯ଟି ଜିଲ୍ଲାରେ ଥିବା ଯେକୌଣସି କଲେଜରେ ପରୀକ୍ଷା ଦେଇପାରିବେ ବୋଲି ଉକ୍ରଳ ବିଶ୍ୱ ବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ.ଶରତ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି । ସେହିପରି ଉକ୍ରଳ ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର ବା ପିଜି ପରୀକ୍ଷା ଚଳିତ ମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବ । ଏହା ଅନଲାଇନରେ କରାଯିବ । ପିଜିରେ ମାତ୍ର ସାଢେ଼ ତିନି ହଜାର ଛାତ୍ରଛାତ୍ରୀ ଶେଷ ବର୍ଷ ଶେଷ ସେମିଷ୍ଟର ପରୀକ୍ଷା ଦେବେ ବୋଲି ଡ.ମାଝୀ କହିଛନ୍ତି । ସେପ୍ଟେମ୍ବର ଶେଷ ସୁଦ୍ଧା ଉଭୟ ପିଜି ଓ ୟୁଜିର ପରୀକ୍ଷା ସରିବ । ପରୀକ୍ଷା ଫଳ ଅକ୍ଟୋବର ୩୦ ସୁଦ୍ଧା ବାହାରିବ ବୋଲି ସେ କହିଛନ୍ତି ।