ଅଯୋଧ୍ୟା ମାମଲା, ପୁନର୍ବିଚାର ଆବେଦନ ଖାରଜ

ଅଯୋଧ୍ୟା ମାମଲା, ପୁନର୍ବିଚାର ଆବେଦନ ଖାରଜ

ଅଯୋଧ୍ୟା ମାମଲା, ପୁନର୍ବିଚାର ଆବେଦନ ଖାରଜ
ନୂଆଦିଲ୍ଲୀ - ଅଯୋଧ୍ୟା ବିବାଦ ମାମଲାରେ ଦାୟର କରାଯାଇଥିବା ସମସ୍ତ ୧୮ଟି ପୁନର୍ବିଚାର ଆବେଦନକୁ ସୁପି୍ରମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହି ଆବେଦନଗୁଡ଼ିକରେ ଦର୍ଶାଯାଇଥିବା ଯୁକ୍ତି ଗ୍ରହଣଯୋଗ୍ୟ ନୁହେଁ । ତେଣୁ ପୂର୍ବରୁ ଦିଆଯାଇଥିବା ରାୟର ସମୀକ୍ଷା କରାଯିବାର କୌଣସି ଆବଶ୍ୟକତା ନାହିଁ । ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୫ ଜଣିଆ ଖଣ୍ଡପୀଠ ପୁନର୍ବିଚାର ଆବେଦନଗୁଡ଼ିକୁ ଉପରେ ବିଚାର କରିଥିଲେ । ଏହି ଖଣ୍ଡପୀଠରେ ବିଚାରପତି ଡି ୱାଇ.ଚନ୍ଦ୍ରଚୂଡ଼, ବିଚାରପତି ଅଶୋକ ଭୂଷଣ, ବିଚାରପତି ଏସ ଅବଦୁଲ ନଜିର ଏବଂ ବିଚାରପତି ସଞ୍ଜୀବ ଖାନ୍ନା ବି ସଦସ୍ୟ ଥିଲେ । ଉକ୍ତ ଖଣ୍ଡପୀଠ ପୁନର୍ବିଚାର ଆବେଦନଗୁଡ଼ତକ ଉପରେ ଖୋଲା କୋର୍ଟ ବଦଳରେ ବିଚାରପତିଙ୍କ ଚାମ୍ବର ଭିତରେ ଶୁଣାଣି କରିଥିଲା । ଆହୁରି ମଧ୍ୟ ଅଦାଲତ ୧୮ଟି ଆବେଦନ ଭିତରୁ କେବଳ ସେଇ ୯ଟି ଆବେଦନ ଉପରେ ବିଚାର କରିଥିଲେ ଯେଉଁଗୁଡ଼ିକ ପୂର୍ବରୁ ଉକ୍ତ ବିବାଦରେ ପକ୍ଷ ଥିବା ବ୍ୟକ୍ତି କିମ୍ବା ସଂଗଠନ ଦାଖଲ କରିଥିଲେ । ମୂଳ ବିବାଦରେ ପକ୍ଷ ନଥାଇ ବି କିଛି ବ୍ୟକ୍ତି ଓ ସଂଗଠନ ବାକି ୯ଟି ଆବେସନ ଦାଖଲ କରିଥିଲେ ଯାହା ଉପରେ ବିଚାର କରିବାକୁ ଖଣ୍ଡପୀଠ ସ୍ପଷ୍ଟ ଭାବେ ମନା କରିଦେଇଥିଲେ । ସେହିପରି ପୁନର୍ବିଚାର ଆବେଦନଗୁଡ଼ିକ ଉପରେ ଖୋଲା କୋର୍ଟରେ ବିଚାର କରିବା ଦାବିକୁ ବି ସୁପି୍ରମକୋର୍ଟ ଅଯୋଧ୍ୟା ବିବାଦ ମାମଲାରେ ଦେଇଥିବା ରାୟ କାଏମ ରହିବ ବୋଲି ସ୍ପଷ୍ଟ ହୋଇଯାଇଛି । ସେତେବେଳେ ସୁପି୍ରମକୋର୍ଟ ଏହି ବିବାଦରେ ଚୂଡାନ୍ତ ରାୟ ଦେଇ ୍ରେ ଅପେକ୍ଷାରେ ଥିବା ବିବାଦୀୟ ଭୂମିକୁ ସମ୍ପୂର୍ଣ୍ଣ ଭାବେ ରାମ ମନ୍ଦିର ନିର୍ମାଣ ପାଇଁ ବ୍ୟବହାର କରାଯିବ ବୋଲି କହିଥିଲେ । ଏହା ବଦଳରେ ସୁନ୍ନି ୱାକଫ ବୋର୍ଡକୁ ଅନ୍ୟତ୍ର ମସଜିଦ ନିର୍ମାଣ କରିବା ପାଇଁ ୫ ଏକର ଭୂମି ଯୋଗାଇ ଦେବାକୁ ଅଦାଲତ ନିଦେ୍ର୍ଧଶ ଦେଇଥିଲେ । ଅଦାଲତ ମଧ୍ୟ ମନ୍ଦିର ନିର୍ମାଣ କାର୍ୟ୍ୟର ତଦାରଖ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଟ୍ରଷ୍ଟ ଗଠନ କରିବାକୁ ନିଦେ୍ର୍ଧଶ ଦେଇଥିଲେ ।