ଓଡିଶାରେ ହେବ ୧୭ ବର୍ଷରୁ କମ୍ ମିହଳା ଫିଫା ବିଶ୍ୱକପ୍

ଓଡିଶାରେ ହେବ ୧୭ ବର୍ଷରୁ କମ୍ ମିହଳା ଫିଫା ବିଶ୍ୱକପ୍

ଓଡିଶାରେ ହେବ ୧୭ ବର୍ଷରୁ କମ୍ ମିହଳା ଫିଫା ବିଶ୍ୱକପ୍
ଭୁବନେଶ୍ୱର - ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ଭାରତରେ ଆୟୋଜିତ ହେବ । ମୋଟ ୧୬ଟି ଦଳକୁ ନେଇ ୪ଟି ସହରରେ ବିଶ୍ୱକପ ଆୟୋଜିତ ହେବ । ଏ ପର୍ଯ୍ୟନ୍ତ ୩ଟି ଭେନୁ୍ୟ ଏକ ପ୍ରକାର ଚୂଡାନ୍ତ ହୋଇସାରିଛି । ଏହି ତାଲିକାରେ ଭୁବନେଶ୍ୱର ସମେତ କୋଲକାତା ଓ ଗୌହାଟୀ ସାମିଲ ହୋଇଛନ୍ତି । ଆଉ ଗୋଟିଏ ଭେନୁ୍ୟ ଚୂଡାନ୍ତ ହେବାକୁ ବାକି ରହିଛି । ନିକଟରେ ଫିଫାର ଏକ ପ୍ରତିନିଧି ଦଳ ଗୌହାଟୀ, କୋଲକାତା, ଭୁବନେଶ୍ୱର, ଅହମ୍ମଦାବାଦ ଓ ନେଭି ମୁମ୍ବାଇ ଷ୍ଟାଡିୟମ ପରିଦର୍ଶନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ୪ଟି ଭେନୁ୍ୟ ରହିଛି । ତେଣୁ ସେମାନେ ୫ଟି ସହରରୁ ୪ଟି ଭେନୁ୍ୟ ଚୂଡାନ୍ତ କରିବାର କଥା । ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ଅଫିସିଆଲ ୱିକିପେଡିଆର ରିପୋର୍ଟ ଅନୁସାରେ ୩ଟି ଭେନୁ୍ୟର ନାମ ଉଲ୍ଲେଖ କରାଯାଇଛି । ସେଥିମଧ୍ୟରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ (୧୫ ହଜାର ଦର୍ଶକ), କୋଲକାତା ସଲ୍ଟଲେକ ଷ୍ଟାଡିୟମ (୮୫ ହଜାର) ଏବଂ ଗୌହାଟୀ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିୟମ ସାମିଲ ହୋଇଛି । ଆଉ ଗୋଟିଏ ଭେନୁ୍ୟ ଚୂଡାନ୍ତ ହେବାକୁ ବାକି ରହିଛି । ହୁଏତ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଭେନୁ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ । ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ୱରକୁ ପ୍ରଥମେ ସ୍ଥାନୀୟ ଆୟୋଜନ କମିଟି ଦ୍ୱାରା ପ୍ରଥମ ଭେନୁ୍ୟର ପ୍ରାଥମିକ ସ୍ୱୀକୃତି ମିଳିଥିଲା । ପରେ ଫିଫା କମିଟି ମଧ୍ୟ ଭୁବନେଶ୍ୱର ଗସ୍ତରେ ଆସି କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ଓ ପ୍ରସ୍ତୁତିିକୁ ନେଇ ସନ୍ତୋଷ ପ୍ରକାଶ କରିଥିଲା । ଚଳିତ ବର୍ଷ ବାତ୍ୟା ଫୋନି ପରେ କଳିଙ୍ଗ ଷ୍ଟାଡିୟମର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଦ୍ରୁତ ଗତିରେ କାର୍ଯ୍ୟରେ ଆଗେଇ ଚାଲିଛି । ପଡ଼ିଆର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଯାଇଛି । ଆସନ୍ତା ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ସିଜନର ପ୍ରଥମ ଆଇଏସଏଲ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଏହି ମ୍ୟାଚ୍ ଓଡ଼ିଶା ଏଫସି ଓ ଜାମସେଦପୁର ମଧ୍ୟରେ ଖେଳାଯିବ ।