ଅର୍ଚ୍ଚନା ନାଗ ମାମଲା : ଇଡିରେ ହାଜର ହେଲେ ବ୍ୟବସାୟୀ
ଅର୍ଚ୍ଚନା ନାଗ ମାମଲା : ଇଡିରେ ହାଜର ହେଲେ ବ୍ୟବସାୟୀ
ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲାରେ ତନାଘନା କରୁଛି ଇଡି । ପ୍ରତିଦିନ ହାତରେ ଲାଗୁଛି ନୂଆ ନୂଆ ତଥ୍ୟ । ଆଉ ଏହାରି ଭିତରେ ଆଜି ଇଡିରେ ଜଣେ ବ୍ୟବସାୟୀ ହାଜର ହୋଇଥିବା ସୂଚନା ରହିଛି ।
ସୂଚନା ଆଧାରରେ, ଏହି ବ୍ୟବସାୟୀଙ୍କର ଅର୍ଚ୍ଚନାଙ୍କ ସହ ଟଙ୍କା ନେଣଦେଣ ନେଇ ପ୍ରମାଣ ରହିଛି । ୨୦୨୧-୨୨ରେ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଉଥିବା ଜଣାପଡିଛି । ତେବେ ସମନ ପାଇଥିବା ୧୨ଜଣଙ୍କ ମଧ୍ୟରୁ ଏହି ବ୍ୟବସାୟୀଙ୍କ ନାଁ ରହିଥିବା ମଧ୍ୟ ସୂଚନା ରହିଛି ।
ସେପଟେ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କୁ ପୁଣି ତିନି ଦିନିଆ ରିମାଣ୍ଡରେ ନେଇଛି ଇଡି । ଗତ ୧୦ ଦିନର ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଇଡି । ଏବେ ତିନି ଦିନର ରିମାଣ୍ଡ ବେଳେ ଖଗେଶ୍ୱରଠାରୁ ଇଡି ଆହୁରି ଅନେକ ତଥ୍ୟ ପାଇବାର ସମ୍ଭାବନା ରହିଛି । ଏହି ସମୟରେ ନୋଟିସ୍ ହୋଇଥିବା ବ୍ୟକ୍ତିଙ୍କୁ ସାମ୍ନାସାମ୍ନି ଜେରା କରାଯିବ ବୋଲି ସୂଚନା ମିଳିଛି ।