ଅର୍ଚ୍ଚିତାଙ୍କ ଚର୍ଚ୍ଚିତ ‘ଚମ୍ପିଆନ’

ଅର୍ଚ୍ଚିତାଙ୍କ ଚର୍ଚ୍ଚିତ ‘ଚମ୍ପିଆନ’

ଅର୍ଚ୍ଚିତାଙ୍କ ଚର୍ଚ୍ଚିତ ‘ଚମ୍ପିଆନ’
ଭୁବନେଶ୍ୱର, ଅଭିନେତ୍ରୀ ଅର୍ଚ୍ଚିତାଙ୍କ ନୂଆ ସିନେମା ‘ଚମ୍ପିଆନ’ଙ୍କୁ ନେଇ ଓଲିଉଡ଼ରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖୁଥିବା ଅର୍ଚ୍ଚିତା ଏହି ସିନେମାରେ ଏକ ନୂଆ ଭୂମିକାରେ ଆସୁଛନ୍ତି । ଚମ୍ପିଆନ କାହାଣୀରେ ଗାଁର ଛୁଙ୍କ ବେଶ ବାରି ହୋଇପଡ଼େ । ଚାଷୀ ଆତ୍ମହତ୍ୟାକୁ ନେଇ ସିନେମାଟି ଗତିଶୀଳ ହୋଇଛି । ଗାଁରେ ଚାଷୀ ଆତ୍ମହତ୍ୟା କିଛି ବର୍ଷ ହେବ ସାରା ଦେଶରେ ଏହା ଏକ ସମ୍ବେଦନଶୀଳ ହୋଇ ରହିଛି । ହେଲେ କିଏ ସେମାନଙ୍କ ଦୁଃଖ ବୁଝିଛି । ମଫସଲି ଝିଅଟି କିନ୍ତୁ ଏହି ପ୍ରସଙ୍ଗକୁ ନେଇ ସିରିୟସ ହୋଇଛି । ନିଜ ଜମିବାଡି ଚାଷୀଙ୍କ ହାତକୁ ଟେକି ଦେଇ ଝିଅଟି ଭିନ୍ନ କିଛି କରିସ୍ମା ଦେଖାଇବାକୁ ମନରେ ଦମ୍ଭ ଧରୁଛି । ଏତିକିବେଳେ ଜଣେ ସହଯୋଗୀ ତାଙ୍କୁ ଅପେରା ପାର୍ଟିରେ ଯୋଗ ଦେବାକୁ ନେଇଯାଉଛନ୍ତି । ନାଟକ ମଂଚରେ ନାଚଗୀତ କିନ୍ତୁ ଝିଅଟିକୁ ବାନ୍ଧି ରଖିପାରୁନାହିଁ । ସେ ପାଦ ବଢ଼ାଉଛି କ୍ରୀଡା ମଇଦାନକୁ । ପ୍ରଥମେ ପୁରୀ, ଭୁବନେଶ୍ୱର ଆଉ ତାପରେ ପ୍ରାନ୍ତୀୟ ଟିମ୍ରୁ ଯାଇ ଅନ୍ତର୍ଜାତୀୟ ପ୍ରତିଯୋଗିତା ମଇଦାନରେ ପହଚୁଂଛି । ବକ୍ସିଂ ପରି ଶାରୀରିକ ଶ୍ରମଯୁକ୍ତ କ୍ରୀଡାରେ ପାଦ ରଖି ମଧ୍ୟ ସେ ବିଚଳିତ ହେଉନି । ଏଥିପାଇଁ ତାଙ୍କୁ ଜଣେ କୋଚ୍ ଏବଂ ତାର ସହଯୋଗୀ ଯୁବବନ୍ଧୁ ସହଯୋଗ କରୁଛନ୍ତି । ଶେଷରେ ସେ ବକ୍ସିଂରୁ ପାଇଛି ଆଶାତୀତ ସଫଳତା । ଏକାଧିକ ନାମୀଦାମୀ ବକ୍ସରଙ୍କୁ ପଛରେ ପକାଇ ହାସଲ କରୁଛି ଚାମ୍ପିୟନ୍ ଟାଇଟଲ । ଏମିତି ଏକ କାହାଣୀ ଉପରେ ଛିଡା ହୋଇଛି ନୂଆ ଓଡିଆ ଚଳଚ୍ଚିତ୍ର ‘ଚାମ୍ପିୟନ୍’ । ଏହାର ମୁଖ୍ୟ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଓଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ଅର୍ଚ୍ଚିତା ।