ଆଗକୁ ଏହି ଜିଲ୍ଲାରେ ଘନ କୁହୁଡ଼ି, ଦେଖା ଯିବନି ରାସ୍ତାଘାଟ

ଆଗକୁ ଏହି ଜିଲ୍ଲାରେ ଘନ କୁହୁଡ଼ି, ଦେଖା ଯିବନି ରାସ୍ତାଘାଟ

ଆଗକୁ ଏହି ଜିଲ୍ଲାରେ ଘନ କୁହୁଡ଼ି, ଦେଖା ଯିବନି ରାସ୍ତାଘାଟ
ଭୁବନେଶ୍ୱର : ଡିସେମ୍ବର ୯ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନି । ପାଗ ମୁଖ୍ୟତଃ ଶୁଖିଲା ରହିବ । କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ । ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପରିମାଣ ଏତେ ହେବ ଯେ ରାସ୍ତାଘାଟ ଠିକ ଭାବେ ଦୃଶ୍ୟମାନ ହେବ ନାହିଁ । ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଚି । ଶନିବାର ସକାଳେ ସୁନ୍ଦରଗଡ଼, ଅନୁଗୁଳ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଘନ କୁହୁଡ଼ି ହୋଇଛି । ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶା ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକା କୁହୁଡ଼ି ହୋଇପାରେ । ୬ ତାରିଖରେ କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର ଓ କଟକରେ ଘନ କୁହୁଡ଼ି ଏବଂ ଉତ୍ତର ଉପକୂଳ ଓଡ଼ିଶା, କଳାହାଣ୍ଡି, ମୟୂରଭଞ୍ଜ, ଖୋର୍ଦ୍ଧା, ଢେ଼ଙ୍କାନାଳ ଓ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ହାଲୁକା କୁହୁଡ଼ି ପଡ଼ିବ । ୭ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ହେବାକୁ ଥିବା ବେଳେ ଉତ୍ତର ଉପକୂଳ ଓଡ଼ିଶା, ଖୋର୍ଦ୍ଧା, କନ୍ଧମାଳ ଓ କଳାହାଣ୍ଡିରେ ହାଲୁକା କୁହୁଡ଼ି ହେବା ନେଇ ଆକଳନ ହୋଇଛି ।