ଯଦୁପୁରରେ କଂଗ୍ରେସ ଟିମ

ଯଦୁପୁରରେ କଂଗ୍ରେସ ଟିମ

ଯଦୁପୁରରେ କଂଗ୍ରେସ ଟିମ
ଭୁବନେଶ୍ୱର: ପରୀ ହତ୍ୟା ଘଟଣାରେ ନୟାଗଡ଼ ଯଦୁପୁରରେ ପହଞ୍ଚିଛି କଂଗ୍ରେସ ଟିମ । ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ତାରା ବାହିନୀପତି, ଭକ୍ତ ଦାସ ଓ ପ୍ରଦୀପ ମାଝୀ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯଦୁପୁରରେ ପହଞ୍ଚିଥିବା ଜଣାଯାଇଛି । ସମ୍ପୃକ୍ତ କଂଗ୍ରେସ ପ୍ରତିନିଧି ଦଳ ପରୀର ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ସମ୍ପୃକ୍ତ ପ୍ରତିନିଧି ଦଳ କିଭଳି ଓ କେଉଁ ପରିସ୍ଥିତିରେ ପରୀକୁ ଅପହରଣ ପରେ ହତ୍ୟା କରାଗଲା ସେ ନେଇ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯେ, ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି ।