ଆଜିଠୁ ପ୍ରବଳ ଖରାରେ ସିଝିବ ଓଡିଶା

ଭୁବନେଶ୍ୱର: ଆସନ୍ତା ୧୮ ଓ ୧୯ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ଅଧିକ ରହିବ । ପୁରୀରୁ ବାଲେଶ୍ୱର ଯାଏ ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନେକ ସ୍ଥାନରେ ତାପମାତ୍ରା ୮ ଡିଗ୍ରୀରୁ ଅଧିକ କମିବ । ୧୪ ତାରିଖ ଯାଏ ରାଜ୍ୟରେ ଗରମ ରହିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ପ୍ରଫେସର ପଶୁପାଳକ କହିଛନ୍ତି, ୧୨ରୁ ରାଜ୍ୟରେ ତାପମାତ୍ରା ବଢ଼ିବ । ୧୪ ଯାଏ ଗରମ ରହିବ । ହେଲେ କୌଣସି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ପାର୍ ହେବା ସମ୍ଭାବନା କମ୍ । ୧୫ରୁ ରାଜ୍ୟରେ ପାଗ ବଦଳିବ । ଓଡ଼ିଶା ଓ ସଂଲଗ୍ନ ରାଜ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରେ ଏହା ଟ୍ରଫ୍ରେ ପରିଣତ ହୋଇ ପାଗ ପରିବର୍ତ୍ତନ କରିବ ବୋଲି ସେ କହିଛନ୍ତି ।
୧୮ ଓ ୧୯ରେ ବର୍ଷାର ମାତ୍ରା ଅଧିକ ରହିବ । ଉପକୂଳରେ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ ଓଡିଶାରେ ବର୍ଷା ପ୍ରଭାବ କମ୍ ରହିବ । ୧୭ ଓ ୧୮ରେ କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।