ଆଜି ଜନ୍ମଦିନ, ହର ପଟ୍ଟନାୟକ

ଆଜି ଜନ୍ମଦିନ, ହର ପଟ୍ଟନାୟକ

ଆଜି ଜନ୍ମଦିନ, ହର ପଟ୍ଟନାୟକ
ହର ପଟ୍ଟନାୟକ ଥିଲେ ଏକ ସଙ୍ଗେ ଅଭିନେତା ଚିତ୍ରନାଟ୍ୟକାର ଓ ନିଦେ୍ର୍ଧଶକ । ଷାଠିଏଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଉଣେଇଶଟିର ନିଦେ୍ର୍ଧଶନା ଦେଇଥିଲେ । ଅନୁଭବ ମହାନ୍ତି, ସବ୍ୟସାଚୀ ମିଶ୍ର ଓ ବାବୁଶାନ ଆଦିଙ୍କୁ ସେ ରୂପେଲି ପରଦାକୁ ଆଣିଥିଲେ । ମାତ୍ର ଛପନ ବର୍ଷ ବୟସରେ କର୍କଟାକ୍ରାନ୍ତ ହୋଇ ତାଙ୍କର ଜୀବନ ଦୀପ ଲିଭିଯାଇଥିଲା । ଜୀବନ ସଂଗ୍ରାମ ଥିଲା ହର ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ସହରୀ ବାଘ, ସୁନା ଚଢେ଼ଈ, କୁରୁକ୍ଷେତ୍ର, ଛାତି ଚିରିଦେଲେ ତୁ, ପାଗଳପ୍ରେମୀ, ଅଗ୍ନି ପରୀକ୍ଷା, ଅର୍ଜୁନ, ବର୍ଷା ମାଇଁ ଡାଲି, ସିନ୍ଦୁର ନୁହେଁ ଖେଳଘର, କାଳଚକ୍ର, ମୋ କୋଳ ତୋ ଝୁଲଣା ଆଦି ହର ଅଭିନୀତ କିଛି ସଫଳ ଚଳଚ୍ଚିତ୍ର । ୧୯୯୦ ରେ ତାଙ୍କର ପେସାଦାର ନିଦେ୍ର୍ଧଶକ ଜୀବନ ଆରମ୍ଭ ହୋଇଥିଲା । ନିଦେ୍ର୍ଧଶକ ଭାବେ ପ୍ରଥମ ଫିଲ୍ମ ଥିଲା ‘ଦଇବ ଦଉଡ଼ି’ । ତାହା ପରେ କପାଳ ଲିଖନ, ଭାଗ୍ୟ ହାତେ ଡୋରି, ପୁଅ ମୋର ଭୋଳା ଶଙ୍କର, ପରଦେଶୀ ବାବୁ, ସାଥୀରେ, ବର୍ଷା ମାଇଁ ଡାଲିଂ, ଅର୍ଜୁନ ଆଦି ଫିଲ୍ମ । ‘ଓମ ସାଇ ରାମ’ (୨୦୧୨) ନିଦେ୍ର୍ଧଶକ ଭାବେ ଶେଷ ଫିଲ୍ମ । ଅଭିନେତା ବନିବା ପୂର୍ବରୁ ସେ ନିଦେ୍ର୍ଧଶକ ଶିଶିର ମିଶ୍ରଙ୍କ ସହକାରୀ ଭାବେ କାମ କରିଥିଲେ । ଫିଲ୍ମଟି ଥିଲା ସୁନା ସଂସାର’ (୧୯୭୭) ଅଭିନେତା ଜୀବନର ଅଧିକାଂଶ ଫିଲ୍ମରେ ହର ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ‘ସାଥୀରେ’ ଥିଲା ଏକ ବ୍ୟତିକ୍ରମ, ଏଥିରେ ସେ ଚରିତ୍ର ଅଭିନେତା ଭାବେ ଅଭିନୟ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଏହାର ଏକ ସଂଳାପ - ‘ନାହିଁ ନାହିଁ ଆମ ଓଡ଼ିଶାରେ ଏମିତି ହୁଏ ନାହିଁ’ ବେଶ ଲୋକପି୍ରୟ ହୋଇଥିଲା । ଉକ୍ରଳ ସଂଗୀତ ମହାବିଦ୍ୟାଳୟର ସେ ପ୍ରାକ୍ତନ ଛାତ୍ର । ଶତାବ୍ଦୀର କଳାକାର’ ସହ ସମ୍ପୃକ୍ତ ଥିଲେ ।