ଆଜି ଠାରୁ ରାଜ୍ୟରେ ରାତି୍ରକାଳୀନ କର୍ଫୁ୍ୟ ଆରମ୍ଭ, ରାତି ୮ରୁ ଶ୍ରୀମନ୍ଦିର ମନା
ଆଜି ଠାରୁ ରାଜ୍ୟରେ ରାତି୍ରକାଳୀନ କର୍ଫୁ୍ୟ ଆରମ୍ଭ, ରାତି ୮ରୁ ଶ୍ରୀମନ୍ଦିର ମନା
admin
Apr 17, 2021 - 06:39
Updated: Apr 17, 2021 - 06:39
ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟରେ ରାତି୍ରକାଳୀନ କର୍ଫୁ୍ୟ ଆରମ୍ଭ ହେବ । କରୋନା ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଏହି କର୍ଫୁ୍ୟ ଆରମ୍ଭ ହେବ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାତ୍ରିକାଳୀନ କର୍ଫୁ୍ୟ ପାଇଁ ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା କରାଯାଇଛି । ରାତି ୮ଟା ପରେ ଭକ୍ତମାନଙ୍କୁ ଆଉ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ । ରାତି ୮.୩୦ ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ଖାଲି କରାଯିବ । ରାତି ୯ଟାରୁ ରାତ୍ରିକାଳୀନ କର୍ଫୁ୍ୟ ଲାଗୁ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇିଛି ।
ପ୍ରକାଶ ଯେ, ଶୁକ୍ରବାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏକ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦୁଇ ଦିନ ମନ୍ଦିର ପରିସରକୁ ସାନିଟାଇଜ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।