ଆଜି ନବୀନ ପାଇବେ ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ

ଆଜି ନବୀନ ପାଇବେ ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ

ଆଜି ନବୀନ ପାଇବେ ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହେବ । ଆଜି ତାଙ୍କୁ ମିଳିବ ସମ୍ମାନଜନକ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ବା ଜୀବନବ୍ୟାପୀ ସାଧନା ସମ୍ମାନ । ନୂଆଦିଲ୍ଲୀ କ୍ୟାପିଟାଲ ଫାଉଣ୍ଡେସନ୍‌ ସୋସାଇଟି ପକ୍ଷରୁ ନବୀନଙ୍କୁ ଏହି ପୁରସ୍କାର ଦିଆଯିବ । ଆଜି ଦିନ ସାଢ଼େ ୧୧ଟାରେ ନୂଆଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ କାର୍ୟ୍ୟକ୍ରମରେ ଏହି ସମ୍ମାନ ଦିଆଯିବ । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ଭି ରମନ୍ନା ମୁଖ୍ୟ ଅତିଥି ଭାବେ ବାର୍ଷିକ ବକ୍ତୃତା ପ୍ରଦାନ କରିବା ସହ ନବୀନଙ୍କୁ ସମ୍ମାନିତ କରିବେ । ନବୀନଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱକୁ ସମ୍ମାନ ଦେଇ ତାଙ୍କୁ ରବିବାର ସମ୍ବର୍ଦ୍ଧିତ କରାଯିବ ।

ନବୀନଙ୍କ ଅସାଧାରଣ ନେତୃତ୍ୱ ଶୈଳୀକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ଦିଆଯାଉଛି । ଏହି ପୁରସ୍କାରକୁ ନେଇ ବିଜେଡି ନେତା ଓ କର୍ମୀ ମହଲରେ ପ୍ରବଳ ଉତ୍ସାହ । ପୁରସ୍କାର ପରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାକୁ ବ୍ୟାପକ ଆୟୋଜନ ହୋଇଛି । ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରୁ ପୁରସ୍କାର ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ନିବାସ ଆସିବେ । ସେଠାରେ ପ୍ରବାସୀ ଓଡ଼ିଆ ଓ ବିଜେଡି ନେତାମାନେ ତାଙ୍କୁ ସମ୍ବର୍ଦ୍ଧିତ କରିବେ । ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡ୍‌ରେ ଥିବା ନବୀନଙ୍କ ବାସଭବନ ସାମ୍ନାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ନବୀନ ମଙ୍ଗଳବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ । ଏଥିପାଇଁ ବିଜେଡି ପକ୍ଷରୁ ବିମାନବନ୍ଦରରୁ ନବୀନ ନିବାସ ଯାଏ ମେଗା ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ ରଖାଯାଇଛି । ଏଥିରେ ପ୍ରାୟ ୫୦ହଜାର କର୍ମୀ ଯୋଗ ଦେବେ ବୋଲି ସୂଚନା ମିିଳିଛି ।