ଆଜି ପୁଲୱାମା ଘଟଣାକୁ ପୁରିଲା ବର୍ଷେ, କାନ୍ଦୁଛି ସହିଦ ବୀରଙ୍କ ଗାଁ ମାଟି, କାନ୍ଦୁଛି ତାର ପରିବାର । କାନ୍ଦୁଛି ସେହି ବୀରର ମାଁ ।
ଆଜି ପୁଲୱାମା ଘଟଣାକୁ ପୁରିଲା ବର୍ଷେ, କାନ୍ଦୁଛି ସହିଦ ବୀରଙ୍କ ଗାଁ ମାଟି, କାନ୍ଦୁଛି ତାର ପରିବାର । କାନ୍ଦୁଛି ସେହି ବୀରର ମାଁ ।
admin
Feb 14, 2020 - 05:36
Updated: Feb 14, 2020 - 05:36
ସେ ଦିନର କଥା ମନେପଡ଼ିଲେ ଆଜି ବି ଶିତେଇ ଉଠେ ଦେହ। ଆଜିକୁ ବର୍ଷେ ତଳେ ୧୪ ଫେବୃଆରୀ ୨୦୧୯ରେ ଘଟିଥିଲା ଏକ ବଡ ଘଟଣା । ଯାହା ଆତଙ୍କୀ ଆକ୍ରମଣର ରକ୍ତରଂଜିତ ଇତିହାସର ସବୁଠୁ ବଡ଼ ଘଟଣା। ସେଦିନ କଶ୍ମୀରର ପୁଲଓ୍ୱାମାରୁ ଆସିଥିଲା ଛାତିଥରା ଖବର- ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଗଲେ ୪୦ ଜଣ ବୀର ଯବାନ। ସେହି ସମୟରେ ଦେଶବାସୀଙ୍କ ଆଖିରୁ ଯେତିକି ଲୁହ ଝରୁଥିଲା ସେତିକି ପ୍ରତିଶୋଧର ନିଆଁ ମଧ୍ୟ ଜଳୁଥିଲା । ଦେଶର କୋଣେ କୋଣେ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ଥିଲେ ପ୍ରତିଶୋଧ ନେବାକୁ । ଭାରତ ମଧ୍ୟ ଦେଇଥିଲା ପଲଟା ଜବାବ୍ ଆଉ ନେଇଥିଲା ତାର ପ୍ରତିଶୋଧ ।
-୧୫ ଫେବୃଆରୀ ୨୦୧୯ରେ ପାକିସ୍ତାନକୁ ଦିଆଯାଇଥିବା ମୋଷ୍ଟ ଫେୱଡ ନେସନ ଅର୍ଥାତ୍ ବଶ୍ୱସ୍ତରୀୟ ମାନ୍ୟତାକୁ ପ୍ରତ୍ୟାହାର କରିଥିଲା ଭାରତ । ଏହା ସହିତ ଶତ୍ରୁ ରାଷ୍ଟ୍ର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲା ଭାରତ ।
-୧୭ ଫେବୃଆରୀ ୨୦୧୯ରେ ପାକିସ୍ତାନକୁ ଆର୍ଥୀକସ୍ଥଳରେ ଦୁର୍ବଳ କରିବାକୁ ଆମଦାନୀ ଶୁଳ୍କକୁ ବଢାଇ ଦେଇଥିଲେ ଭାରତ ସରକାର । ଫଳରେ ପାକିସ୍ତାନ ପଠାଇ ପାରିନଥିଲେ ଜିନିଷ । ଏହାସହ ପାନ ଓ ଟମାଟୋ ଦେବା ବନ୍ଦ କରିଦେଇଥିଲେ ଭାରତ ସରକାର ।
-୨୦ ଫେବୃଆରୀ ୨୦୧୯ ବିଶ୍ୱସ୍ତରରେ ପୁଲୱାମା ଘଟଣାକୁ ନନ୍ଦା କରିବା ଆରମ୍ଭ ହୋଇଯାଇଥିଲା । ଏହା ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଲୱାମା ଆକ୍ରମଣକୁ ଭୟାନକ କହିବା ସହିତ ଘଟଣାକୁ କଡା ଭାଷାରେ ନିନ୍ଦା କରିଥିଲେ । ନୁ୍ୟଜଲାଣ୍ଡରେ ମଧ୍ୟ ପାକିସ୍ତାନ ବିପକ୍ଷରେ ପ୍ରସ୍ତାବ ପାରିତ ହୋଇଥିଲା । ଏହା ସହିତ ବହୁ ଦେଶ ମଧ୍ୟ ଭାରତ ସପକ୍ଷରେ ରହି ଆତଙ୍କବାଦୀଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ।
-୨୧ ଫେବୃଆରୀ ୨୦୧୯ରେ ଭାରତର ଅଭିଯୋଗକୁ ଆଧାର କରି ପାକିସ୍ତାନରେ ଆତଙ୍କବାଦକୁ ଶେଷ କରିବାକୁ ପଦକ୍ଷେପ ନେବାକୁ କହିଥିଲା ଜାତିସଂଘ ।
-୨୨ ଫେବୃଆରୀ ୨୦୧୯ରେ ପାକିସ୍ତାନକୁ ବ୍ଲାକ୍ ଲିଷ୍ଟ କରିବାକୁ ଆବେଦନ କରିଥିଲା ଭାରତ । ଆତଙ୍କୀ ସଂଗଠନକୁ ଆର୍ଥକ ସହାୟତା କରୁଥିବା ଅଭିଯୋଗରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲା ଭାରତ । ଆଉ କଳା ତାଲିକଭୁକ୍ତ କରିବାକୁ ଦେଇଥିଲା ଚେତାବନୀ ।
-୨୬ ଫେବୃଆରୀ ୨୦୧୯ ସମୟ ଭୋର ୪ଟା ସମୟରେ ଆତଙ୍କବାଦୀ ଜୈଶ ମହମ୍ମଦ ସଂଗଠନ ଉପରେ ଆକ୍ରମଣ ଉପରେ ପ୍ରତିଶୋଧ ନେଇଥିଲା ଭାରତ ।
ଆଜି ସେହି ପୁଲୱାମା ଘଟଣାକୁ ବର୍ଷେ ପୁରିଛି । ହେଲେ ମନରେ ଜୀବିତ ରହିଯାଇଛି ସେହି କୋହଭରା ସମୟ । ଆଜି କାନ୍ଦୁଛି ସହିଦ ବୀରଙ୍କ ଗାଁ ମାଟି, କାନ୍ଦୁଛି ତାର ପରିବାର । କାନ୍ଦୁଛି ସେହି ବୀରର ମାଁ ।