୭ମ ବେତନ କମିସନ୍‌ ବକେୟା ଦରମା ଭତ୍ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ

୭ମ ବେତନ କମିସନ୍‌ ବକେୟା ଦରମା ଭତ୍ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ

୭ମ ବେତନ କମିସନ୍‌ ବକେୟା ଦରମା ଭତ୍ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ
ସରକାରୀ କର୍ମଚାରୀଙ୍କ ୭ମ ବେତନ କମିସନ୍‌ ଦରମା ବକେୟାର ୧୦% ସହ ୫% ମହଙ୍ଗା ଭତ୍ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ପିଛିଲା ଭାବେ ଜାନୁଆରି ୨୦୨୦ରୁ ଏହି ମହଙ୍ଗା ଭତ୍ତା ଲାଗୁ କରାଯିବ। ୨୦୧୬ ଜାନୁଆରି ୧ ତାରିଖ ଠାରୁ ସପ୍ତମ ବେତନ କମିସନ୍‌ ଲାଗୁ ହେବା ପରେ କର୍ମଚାରୀମାନଙ୍କୁ ବକେୟା ଦରମାର ୧୦% ଦିଆଯିବ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିରେ ପ୍ରାୟ ସାଢ଼େ ୩ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ। ୨୦୧୭-୧୮ ଓ ୨୦୧୮-୧୯ ବର୍ଷ ପାଇଁ ପେନ୍‌ସନ୍‌ଭୋଗୀଙ୍କ ଶତପ୍ରତିଶତ ବକେୟା ପ୍ରଦାନ କରାଯିବ ବୋଲି ପୂର୍ବରୁ ସରକାର ନିଷ୍ପତ୍ତି ନେଇଥିଲେ। ସେହି ଭଳି ୪୦ ପ୍ରତିଶତ କର୍ମଚାରୀ ସେମାନଙ୍କ ବକେୟା ପାଇବେ।