ଆଜି ବରଗଡ ଆସୁଛନ୍ତି ରାହୁଲ ଗାନ୍ଧି

ଆଜି ବରଗଡ ଆସୁଛନ୍ତି ରାହୁଲ ଗାନ୍ଧି

ଆଜି ବରଗଡ ଆସୁଛନ୍ତି ରାହୁଲ ଗାନ୍ଧି
ଭୁବନେଶ୍ୱର: ଆଜି ବରଗଡ ଆସିବେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି । ବରଗଡର ସରସରା ଗାଁ ପଡ଼ିଆଠାରେ ଆୟୋଜିତ ବିଶାଳ ସମାବେଶରେ ସେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି । ତାଙ୍କ ସହ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ୱାଘେଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେବ , ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ , ପିସିସି ସଭାପତି ନିରଂଜନ ପଟ୍ଟନାୟକ , ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ ବୋଲି ଦଳୀୟ ସୂତ୍ରରୁ ଜଣାଯାଇଛି । ରାହୁଲଙ୍କ କାର୍ଯ୍ୟସୂଚୀ ଅନୁଯାୟୀ, ଦିନ ୧୨ଟାରେ ରାହୁଲ ରାୟପୁରରୁ ବରଗଡ଼ ଅଭିମୁଖେ ବାହାରିବେ । ଦିନ ୧ଟାରେ ସେ ବରଗଡ଼ର ସରସରା ପଡ଼ିଆରେ ପହଁଚିବେ । ସେଠାରେ ସେ ପ୍ରାୟ ୧ ଘଂଟା ୧୫ ମିନିଟ ରହିବେ । ସମାବେଶକୁ ଉଦବୋଧନ ଦେବା ପରେ ସେ ୨ଟା ୧୫ରେ ରାୟପୁର ଅଭିମୁଖେ ଗସ୍ତ କରିବେ ।