ଆଜି ମୁମ୍ବାଇ ଯିବେ ନବୀନ

ଆଜି ମୁମ୍ବାଇ ଯିବେ ନବୀନ

ଆଜି ମୁମ୍ବାଇ ଯିବେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିବେ । ମଙ୍ଗଳବାର ଅପରାହ୍ନରେ ୧ଟାରେ ବିମାନରେ ମୁମ୍ବାଇ ଯିବେ ନବୀନ । ବୁଧବାର ମୁମ୍ବାଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକଙ୍କ ପାଇଁ ରୋଡ୍‌ ସୋ ସମ୍ମିଳନୀ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିବେଶକଙ୍କ ସହ ଆଲୋଚନା କରିବେ । ନିବେଶକଙ୍କୁ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିବେ ନବୀନ । ଏହି ସମ୍ମିଳନୀରୁ ଓଡ଼ିଶା ବଡ଼ ନିବେଶ ପାଇବାକୁ ଆଶା ବାନ୍ଧିଛି ।

ଓଡ଼ିଶାରେ ନିବେଶକଙ୍କୁ ଆଣି ଶିଳ୍ପର ବିକାଶ ସହ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଲଗାତାର ଏ ଦିଗରେ ପ୍ରୟାସ ଚଳାଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଏହାର ନେତୃତ୍ୱ ନେଇଛନ୍ତି । ପର୍ୟ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି), ପେଟ୍ରୋ କେମିକାଲ ଆଦି କ୍ଷେତ୍ରରେ ଓଡ଼ିଶାରେ ନିବେଶ ସମ୍ଭାବନା ରହିଛି ।

ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ୟ୍ୟନ୍ତ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ଏଥିପାଇଁ ଦୁବାଇ, ଅହମ୍ମଦାବାଦ, କୋଲକାତା ଦିଲ୍ଲୀ ପରେ ଏବେ ମୁମ୍ବାଇରେ ଓଡ଼ିଶା ନିବେଶକ ସମ୍ମିଳନୀ କରିଥିଲା । ଦୁବାଇ ଓ ଦିଲ୍ଲୀ ପରେ ଏବେ ମୁମ୍ବାଇକୁ ନିଜେ ମୁଖ୍ୟମନ୍ତ୍ରୀ ଗସ୍ତ କରି ନିବେଶକଙ୍କ ସହ ଆଲୋଚନା କରିବା ରାଜ୍ୟ ପାଇଁ ବଡ଼ ସମ୍ଭାବନା ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ଆସନ୍ତା ୧୫ ତାରିଖରେ ଓଡ଼ିଶା ଫେରିବା କାର୍ୟ୍ୟକ୍ରମ ରହିଛି ।