ଆଜି ୧୬୧୭ ନୂତନ ଆକ୍ରାନ୍ତ ଚିହ୍ନଟ

ଆଜି ୧୬୧୭ ନୂତନ ଆକ୍ରାନ୍ତ ଚିହ୍ନଟ

ଆଜି ୧୬୧୭ ନୂତନ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ଆଜି ରାଜ୍ୟରେ ୧୬୧୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୯୪୧ ଜଣ କ୍ୱାରେଣ୍ଟିନ ଏବଂ ୬୭୬ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ୩୦ଟି ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୭୫, ବାଲେଶ୍ୱରରୁ ୭୬, ବରଗଡରୁ୩୫, ଭଦ୍ରକରୁ ୩୦, ବଲାଙ୍ଗୀରରୁ ୬୮, ବୌଦ୍ଧରୁ ୧୯, କଟକରୁ ୧୨୮, ଦେବଗଡରୁ ୧୧, ଢେଙ୍କାନାଳରୁ ୪୫, ଗଜପତିରୁ ୮, ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୮୦, ଯାଜପୁରରୁ ୪୦, ଝାରସୁଗୁଡାରୁ ୩୯, କଳାହାଣ୍ଡିରୁ ୮୪, କନ୍ଧମାଳରୁ ୧୪, କେନ୍ଦ୍ରାପଡାରୁ ୫୪, କେନ୍ଦୁଝରରୁ ୫୩, କୋରାପୁଟରୁ ୩୨, ମାଲକାନଗିରିରୁ ୧୭, ମୟୁରଭଞ୍ଜରୁ ୮୫ଜଣ, ନବରଙ୍ଗପୁରରୁ ୩୩ଜଣ, ନୟାଗଡ଼ରୁ ୪୦ଜଣ, ନୂଆପଡ଼ାରୁ ୫୯ଜଣ, ପୁରୀରୁ ୭୬ଜଣ, ରାୟଗଡ଼ାରୁ ୧୫ଜଣ, ସମ୍ବଲପୁରରୁ ୨୨ଜଣ, ସୋନପୁରରୁ ୮ଜଣ, ସୁନ୍ଦରଗଡ଼ରୁ ୯୩ଜଣ, ଷ୍ଟେଟ ପୁଲ୍ରୁ ୩୬ଜଣ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୯୯ରେ ପହଞ୍ଚିଛି । ଏହା ମଧ୍ୟରୁ ୨ ଲକ୍ଷ ୭୦ ହଜାର ୧୩୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ର୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୨୧୯ ରହିଛି ।