ଆଜି ୨୯୪୯ନୂତନ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାକୁ ଅତିକ୍ରମ କଲା କଟକ

ଆଜି ୨୯୪୯ନୂତନ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାକୁ ଅତିକ୍ରମ କଲା କଟକ

ଆଜି ୨୯୪୯ନୂତନ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାକୁ ଅତିକ୍ରମ କଲା କଟକ
ଭୁବନେଶ୍ୱର : ଆଜି ରାଜ୍ୟରୁ ୨୯୪୯ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୧୮୨୬ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୧୨୩ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯୮ରେ ପହଞ୍ଚିଛି । ଏହା ସହିତ ପ୍ରଥମ ଥର ପାଇଁ ଖୋର୍ଦ୍ଧାକୁ ଅତିକ୍ରମ କରିଛି କଟକ । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱରରୁ ୮୮, ବରଗଡରୁ ୬୨, ଭଦ୍ରକରୁ ୬୬, ବଲାଙ୍ଗୀର ୫୭, ବୌଦ୍ଧରୁ ୩, କଟକରୁ ୫୮୯, ଦେବଗଡରୁ ୨, ଢେଙ୍କାନାଳରୁ ୧୩, ଗଜପତି ୩, ଗଞ୍ଜାମରୁ ୧୭୯, ଜଗତସିଂହପୁରରୁ ୫୧, ଯାଜପୁରରୁ ୨୧୫, ଝାରସୁଗୁଡାରୁ ୨୦, କଳାହାଣ୍ଡିରୁ ୩୦, କନ୍ଧମାଳ ୩୪, କେନ୍ଦ୍ରାପଡାରୁ ୫୬, କେନ୍ଦୁଝରରୁ ୩୦, ଖୋର୍ଦ୍ଧାରୁ ୪୭୪, କୋରାପୁଟରୁ ୧୮୧, ମାଲକାନଗିରିରୁ ୭୮, ମୟୁରଭଞ୍ଜରୁ ୧୫୬, ନବରଙ୍ଗପୁରରୁ ୨୬, ନୟାଗଡରୁ ୯୩, ନୂଆପଡାରୁ ୨, ପୁରୀରୁ ୮୬, ରାୟଗଡାରୁ ୧୪୩, ସମ୍ବଲପୁରରୁ ୧୦୪, ସୋନପୁରରୁ ୨୬ ଏବଂ ସୁନ୍ଦରଗଡରୁ ୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ହଜାର ଅତିକ୍ରମ କରିଥିବା ବେଳେ ୫୪୪୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୦୨ ରହିଛି ।