ଆଜି ୩୩୭୧ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୩୩୭୧ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୩୩୭୧ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର : ଆଜି ରାଜ୍ୟରୁ ୩୩୭୧ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୦୫୩ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୩୧୮ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୮୭ହଜାର ୬୦୨ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୬୩, ବାଲେଶ୍ୱରରୁ ୯୮, ବରଗଡରୁ ୯୮, ଭଦ୍ରକରୁ ୧୧୪, ବଲାଙ୍ଗୀର ୭୬, ବୌଦ୍ଧରୁ ୪, କଟକରୁ ୩୫୭, ଦେବଗଡରୁ ୮, ଢେଙ୍କାନାଳରୁ ୬୭, ଗଜପତି ୪୧, ଗଞ୍ଜାମରୁ ୧୯୬, ଜଗତସିଂହପୁରରୁ ୯୩, ଯାଜପୁରରୁ ୧୭୩, ଝାରସୁଗୁଡାରୁ ୯୩, କଳାହାଣ୍ଡିରୁ ୨୮, କନ୍ଧମାଳ ୪୧, କେନ୍ଦ୍ରାପଡାରୁ ୭୬, କେନ୍ଦୁଝରରୁ ୭୪, ଖୋର୍ଦ୍ଧାରୁ ୫୪୭, କୋରାପୁଟରୁ ୯୧, ମାଲକାନଗିରିରୁ ୧୩୪, ମୟୁରଭଞ୍ଜରୁ ୯୨, ନବରଙ୍ଗପୁରରୁ ୬୫, ନୟାଗଡରୁ ୧୭୧, ନୂଆପଡାରୁ ୧୫, ପୁରୀରୁ ୧୪୪, ରାୟଗଡାରୁ ୧୪୬, ସମ୍ବଲପୁରରୁ ୧୦୭, ସୋନପୁରରୁ ୩ ଏବଂ ସୁନ୍ଦରଗଡରୁ ୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬୦୨ ହୋଇଥିବା ବେଳେ ଏହା ମଧ୍ୟରୁ ୫୯୪୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୩୮ରହିଛି ।