ଆଜି ୪ଟାରୁ ଆରମ୍ଭ ହେବ ଟିକେଟ ବୁକିଂ ।
ଆଜି ୪ଟାରୁ ଆରମ୍ଭ ହେବ ଟିକେଟ ବୁକିଂ ।
admin
May 11, 2020 - 05:43
Updated: May 11, 2020 - 05:43
କିଛି କଟକଣା ସହିତ ରେଳ ସେବା ପୁଣି ଆରମ୍ଭ ହେବ । କରୋନା ସହ ମୁକାବିଲା ପାଇଁ ଦେଶରେ ଜାରି ରହିଥିବା ଲକ୍ ଡାଉନ୍ ମଧ୍ୟରେ ରେଳ ମନ୍ତ୍ରାଳୟ ବଡ ନିଷ୍ପତ୍ତି ନେଇଛନ୍ତି । ମେ 12ରେ 15ଟି ଟ୍ରେନ୍ 15ଟି ସହରକୁ ଯାତ୍ରା କରିବ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ଆଜି ଅପରାହ୍ନ 4 ଘଟିକାଠାରୁ ରିଜର୍ଭେସନ୍ ଟିକେଟ ବୁକିଂ ଆରମ୍ଭ ହେବ। ଏଥିପାଇଁ ରେଳବିଭାଗ ତରଫରୁ ଗାଇଡ୍ଲାଇନ୍ସ ମଧ୍ୟ ଜାରି କରିଛି । ଯାତ୍ରୀମାନଙ୍କୁ ରେଳଷ୍ଟେସନକୁ ଏକ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ପଡିବ । ଏହା ସହିତ ଏସ୍ କୋଚ୍ରେ କମ୍ବଳ , ଚାଦର ଓ ଟାଓ୍ବେଲ୍ ଆଦି ମିଳିବ ନାହିଁ ବୋଲି ସୂଚନା ରହିଛି । ଯାତ୍ରୀମାନେ ଟ୍ରେନକୁ ଚଢ଼ିବା ପୂର୍ବରୁ ଥର୍ମାଲ ସ୍କାନିଂ କରାଇବାକୁ ହେବ।
ସେହିପରି ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଆଜି ଅପରାହ୍ନ 4ଟାରୁ ରିଜର୍ଭେସନ୍ ସୁବିଧା ମିଳିବା ନେଇ ସୂଚନା ରହିଛି। ରିଜର୍ଭେସନ୍ ବୁକିଂ ସୁବିଧା କେବଳ ଆଇଆର୍ସିଟିସି ଓ୍ବେବସାଇଟ୍ରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି ।