ଆଣ୍ଟର୍କଟିକାରେ ବି ପହଞ୍ଚିଗଲା କରୋନା

ଆଣ୍ଟର୍କଟିକାରେ ବି ପହଞ୍ଚିଗଲା କରୋନା

ଆଣ୍ଟର୍କଟିକାରେ ବି ପହଞ୍ଚିଗଲା କରୋନା
ସାଣ୍ଟିଆଗୋ: କରୋନା ଭାଇରସ ଶେଷରେ ଆଣ୍ଟାର୍କଟିକା ମହାଦେଶରେ ବି ପହଞ୍ଚି ଯାଇଛି । କରୋନା ସଂକ୍ରମଣ ଆରମ୍ଭ ହେବା ଠାରୁ ଗତ ରବିବାର ଯାଏ ସେଠାରେ କେହି ବି କରୋନା ଦ୍ୱାରା ଆକ୍ରାନ୍ତ ହୋଇନଥିଲେ । ମାତ୍ର ସୋମବାର ଦିନ ସେଠାରେ ଥିବା ଚିଲିର ଏକ ଗବେଷଣାଗାରରେ ୩୬ ଜଣ କର୍ମଚାରୀ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହା ସହ କରୋନା ଭାଇରସ ଏବେ ପୃଥିବୀର ସବୁ ମହାଦେଶରେ ପହଞ୍ଚିଯାଇଛି । ରିପୋର୍ଟ ଅନୁସାରେ, ଆଣ୍ଟାର୍କଟିକାରେ ଥିବା ଚିଲିର ଜେନେରାଲ ବର୍ଣ୍ଣାଡୋଓ’ ହିଗିନ୍ସ ରିକଲେମ ବେସରେ ୨୦ ଜଣ ସେନା କର୍ମଚାରୀ ଏବଂ ୧୦ ଜଣ ଠିକାଦାର କରୋନା ପଜିଟିଭ ହୋଇଛନ୍ତି । ଏମାନେ ଚିଲିର ଏକ ନୌସେନା ଜାହାଜରେ ଯାଇ ଗତ ମାସ ୨୭ ରେ ସେଠାରେ ପହଞ୍ଚିଥିଲେ । ଉକ୍ତ ଜାହାଜ ଜରିଆରେ ଚିଲିର ବେସକୁ ବିଭିନ୍ନ ସାମଗ୍ରୀ ଯୋଗାଣ କରାଯାଇଥାଏ । ଉକ୍ତ ଜାହାଜ ଚିଲିର ବନ୍ଦର ଛାଡ଼ିବା ପୂର୍ବରୁ ସମସ୍ତ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଇଥିଲା । କିନ୍ତୁ ସମସ୍ତଙ୍କର ନମୁନା ନେଗେଟିଭ ବାହାରିଥିଲା । ହେଲେ ସେଠାରୁ ଫେରିବା ପରେ ଜାହାଜର କିଛି କର୍ମଚାରୀ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।