ଆଣ୍ଠୁ ଯନ୍ତ୍ରଣାରୁ ରକ୍ଷା କରିବ ‘ମଡ଼ ପ୍ୟାକ୍’

ଆଣ୍ଠୁ ଯନ୍ତ୍ରଣାରୁ ରକ୍ଷା କରିବ ‘ମଡ଼ ପ୍ୟାକ୍’

ଆଣ୍ଠୁ ଯନ୍ତ୍ରଣାରୁ ରକ୍ଷା କରିବ ‘ମଡ଼ ପ୍ୟାକ୍’
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର ମୁଖ୍ୟ ଶାରୀରିକ ସମସ୍ୟା ହେଉଛି ଆଣ୍ଠୁଗଣ୍ଠି ବିନ୍ଧା ଓ ଅଣ୍ଟା ଯନ୍ତ୍ରଣା । କେବଳ ବୟସ୍କ ପିଢ଼ି ନୁହେଁ, ଯୁବବର୍ଗଙ୍କ ଠାରେ ମଧ୍ୟ ସମାନ ଅସୁବିଧା ପରିଲକ୍ଷିତ ହେଉଛି । ମହାନଗରୀ ଦିଲ୍ଲୀ ଓ ମୁମ୍ବାଇରେ ଏବେ ନୂତନ ଭାବରେ ‘ମଡ ପ୍ୟାକ୍’ ଚିକିତ୍ସା ଆରମ୍ଭ ହୋଇଛି । ପ୍ରାକୃତିକ ଇ ଚିକିତ୍ସାରେ ରୋଗୀଙ୍କୁ ଖୁବ୍ ଆରାମ ମିଳିବା ସହ ଯନ୍ତ୍ରଣା ମଧ୍ୟ ଉପଶମ ହୋଇଥାଏ । ମଡପ୍ୟାକରେ ବ୍ୟବହୃତ ହେଉଥିବା ମାଟିକୁ ଝରଣା, ହ୍ରଦ ଓ ସମୁଦ୍ର ଗଭୀରତାରୁ ସଂଗ୍ରହ କରାଯାଉଥିବାର ଜନୈକ ବିଶେଷଜ୍ଞ କହିଛନ୍ତି । ପ୍ରାଚୀନ ଭାରତରେ ମୁନିଋଷିମାନେ ଏହିଭଳି ଭାବେ ଚିକିତ୍ସା କରୁଥିବାର ବିଭିନ୍ନ ଅନୁଧ୍ୟାନରୁ ଜଣାପଡ଼ିଛି । ଆଜି ଅନେକ ବର୍ଷ ପରେ ସେହି ଉପାୟରେ ପୁଣି ଚିକିତ୍ସା ଚାଲିଛି । ମଡ ପ୍ୟାକ୍ ଚିକିତ୍ସାରେ ପ୍ୟାକ୍କୁ ୪୨-୪୭ ଡିଗ୍ରୀ ମଧ୍ୟରେ ରଖାଯିବା ସହ ଆଣ୍ଠୁ ହେଉ କିମ୍ବା ଅଣ୍ଟାରେ ୧୫ ମିନିଟ ରଖାଯାଇ ଚିକିତ୍ସା ଚାଲେ । ମଡ ପ୍ୟାକରେ ଆବଶ୍ୟକ ପରିମାଣରେ ମିନେରାଲ ଥିବାରୁ ତାହା ଯନ୍ତ୍ରଣାରୁ କମ୍ କରୁଥିବାର ଚିକିତ୍ସକଙ୍କ ମତ । ଜଣେ ରୋଗୀ ଅନ୍ତତଃ ୩ ସପ୍ତାହ ଏଇଭଳି ଚିକିତ୍ସା କଲେ ହିଁ ଲାଭ ମିଳୁଥିବାର ଜଣାପଡ଼ିଛି । କେବଳ ବିଶେଷଜ୍ଞଙ୍କ ଅନୁଧ୍ୟାନରେ ହିଁ ଚିକିତ୍ସା କଲେ ଲାଭ ମିଳେ । ଘରୋଇ ଭାବେ ନିଜେ ଏସବୁ କଲେ ଆପଣଙ୍କ ସ୍ୱାସ୍ଥ୍ୟ ହାନି ହେବାର ଭୟ ରହିଛି ।